ଚାଷୀଙ୍କପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

0 208

ଭୁବନେଶ୍ୱର: ୧/୭(ଏସଏସନିୟୁଜ) ଚାଷୀଙ୍କପାଇଁ ମଣ୍ଡି ଓ ଟୋକନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ।ବିଜେପି ପକ୍ଷରୁ ଦିନ ୧୦ଟାରୁ ୧୨ଟା ପର‌୍ୟ୍ୟନ୍ତ ବିଭିର୍ଣ ସ୍ଥାନରେ ବିଶେଷକରି ଜାତୀୟରାଜପଥକୁ ଅବରୋଧ କରାଯିବାସହ ଦୁଇଘଂଟା ପର୍ଯ୍ୟନ୍ତ ଦଳର କର୍ମୀ ଓ ନେତାମାନେ ଚକା ଜାମ୍ କରିଥିଲେ । ଆଜି ଭୁବନେଶ୍ୱର ସାଙ୍ଗଠାନିକ ଜ଼ିଲ୍ଲା ବିଜେପି ପକ୍ଷରୁ ଏକାମ୍ର ଗ୍ରାମୀଣ ମଣ୍ଡଳର କର୍ମକର୍ତାମାନେ ଧଉଳି ଛକ ରେ ଭୁବନେଶ୍ୱର ଜ଼ିଲ୍ଲା ସଭାପତି ବାବୁ ସିଂ ଙ୍କ ର ନେତୃତ୍ୱରେ ରାସ୍ତା ରୋକ କରିଥିଲେ ।ସୁନ୍ଦରଗଡ଼ ଭୋଜପୁରରେ ରାଜ୍ୟ ରାଜପଥ-୧୦ରେ ଧାନମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ ଓ କୃଷକଙ୍କ ହକ୍ ଦାବିରେ ବିଜେପିର ଚକାଜାମ ଆନ୍ଦୋଳନ ହୋଇଥିଲା ।

Leave A Reply

Your email address will not be published.