ଭୁବନେଶ୍ୱର,୧୩/୮(ଏସଏସନିଉଜ) ଭୂତଳ ଜଳ କମୁଥିବାରୁ ସରକାର ଆଣିଲେ ନୂଆ ଯୋଜନା । ‘ଛାତ’ ଯୋଜନାରେ ରାଜ୍ୟ କ୍ୟାବିନେଟର ବାଜିଛି ମୋହର ।ରାଜ୍ୟ ସରକାର ବର୍ଷା ଜଳର ସଂରକ୍ଷଣ ନିମିତ୍ତ ଛାତ ଉପରେ ବର୍ଷାଜଳ ଅମଳ ପଦ୍ଧତିରେ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।ଏହି ଯୋଜନାରେ ବର୍ଷା ଜଳର ସଂରକ୍ଷଣ କରାଯିବ । ୫୨ଟି ବ୍ଲକ ଏବଂ ୨୨ଟି ସହରାଞ୍ଚଳରେ ୨୭୦ କୋଟି ବ୍ୟୟରେ କରାଯିବ ପ୍ରକଳ୍ପ ।୨୯, ୫୦୦ଟି ବ୍ୟକ୍ତିଗତ କୋଠା ଏବଂ ୧୯୨୫ଟି ସରକାରୀ କୋଠାରେ ଆଗାମୀ ୫ ବର୍ଷ ମଧ୍ୟରେ କାର୍ୟ୍ୟକାରୀ ହେବ ବ୍ୟବସ୍ଥା ।
