ଛତ୍ରଭଙ୍ଗ ଦେଲେ ମାଓବାଦୀ, ଜବତହେଲା ମାଓ ସାମଗ୍ରୀ

0 216

ମାଲକାନଗିରି, ୨୩/୯(ଏସଏସନିୟୁଜ) ନକ୍ସଲ ପୁଲିସ ଗୁଳିବିନିମୟରେ ମାଓବାଦୀ ଖସି ପଳାଇଯାଇଥିବାବେଳେ ବିପୁଳପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।ବିଶେଷସୁତ୍ରରୁ ଖବରପାଇ ମାଥିଲି ଥାନା ଅନ୍ତର୍ଗତ କେରମିଟି ଜଂଗଲରେ ଦୁର୍ଦାନ୍ତ ନକ୍ସଲ ସୁରେଶ ନିଜର ଟିମର କ୍ୟାମ୍ପ ଉପରେ ଏସଓଜି, ଡିଭିଏଫ ଏବଂ ବିଏସଏଫ ଯବାନ ମିଳିତ ଭାବେ ଏହି ଜଂଗଲରେ ଚଢଉ କରିଥିଲେ। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ପରେ ନକ୍ସଲ ଟିମର ନେତୃତ୍ବ ନେଉଥିବା ସୁରେଶ ଖସି ପଳାଇଥିଲେ । ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଘଟଣାସ୍ଥଳରୁ ପୁଲିସ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜୀବନ୍ତ ଗୁଳି, ମାଓ ପୁସ୍ତକ, ଛତା, କିଟ ବ୍ୟାଗ, ଔଷଧ, ମାଓ ପୋଷାକ, ଛୁରୀ, ଟର୍ଚ ଲାଇଟ ଆଦି ଜବତ କରିଛି ବୋଲି ମାଲକାନଗିରି ଜିଲ୍ଲା ପୁଲିସ କାର‌୍ୟ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରହ୍ଲାଦ ସହାୟ ମୀନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.