ରାସ୍ତାରେ ବସିଲେ ଗ୍ରାମବାସୀ

0 208

ପାତ୍ରପୁର,୨୩/୯(ଏସଏସନିୟୁଜ) ମହେନ୍ଦ୍ର ତନୟା ନଦୀରେ ବୁଡ଼ି ବୁରାତାଲ ପଞ୍ଚାୟତର କମଳା ଖତନୁଆଁସାହି ଗ୍ରାମର ସୋମନାଥ ରଇତ ନାମକ ଯୁବକ ମୃତ୍ୟୁବରଣ କରିବା ଘଟଣାରେ କ୍ଷତିପୂରଣ ଓ ପୋଲ ନିର୍ମାଣ ଦାବିରେ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଗ୍ରାମର ଅପର ପାର୍ଶ୍ୱରେ ଥିବା ଡୁଡୁକା ବାଡ ହାଟକୁ ଗତକାଲି ସୋମନାଥ ମହେନ୍ଦ୍ରତନୟା ନଦୀ ପାର ହୋଇ ଜିନିଷ କିଣିବା ପାଇଁ ଆସିଥିଲେମଧ୍ୟ ଗ୍ରାମକୁ ଫେରିନଥିଲେ ।କିନ୍ତୁ ଆଜି ସକାଳୁ ତାଙ୍କର ମୃତଦେହ ନଦୀ ଶଯ୍ୟାର ପଥର କୋରଡ ମଧ୍ୟରେ ମିଳିଥିଲା।ଏହାପରେ ଗ୍ରମବାସୀମାନେ ଉତ୍ୟକ୍ତ ହୋଇ ପୋଲ ନିର୍ମାଣ ସହ ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବୀରେ ଡୁଡୁକା ବାଡ ନିକଟରେ ପଥର ରଖି ରାସ୍ତା ଅବରୋଧକରିଥିଲେ ।ଖବରପାଇ ତହସିଲଦାର ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜାକରି ପୋଲନିର୍ମାଣ ପାଇଁ ଅରଡିବିଭାଗ ସହ ଆଲେଚାନା କରିବାର ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ଉଠିଥିଲା ।

Leave A Reply

Your email address will not be published.