ଛୁଟିରେ ମୁଖିଆ … ଆସୁନି ରାଧା…

0 271

ବାରଙ୍ଗ,୨୨/୮(ଏସଏସନିୟୁଜ)ଶୁକ୍ରବାରଠାରୁ ଆସୁନି ରାଧା । କର୍ମଚାରୀମାନେ ଖୋଜିଥିଲେ ମଧ୍ୟ ଧରାଦେଇନାହିଁ । ରାଧା ହେଉଛି ନନ୍ଦନକାନନ ସିଂହସଫାରୀରର ଆକର୍ଷଣୀୟ ସିଂହି । ଶୁକ୍ରବାରଦିନ ପର୍ଯ୍ୟଟକମାନଙ୍କୁ ମନୋରଞନ କରି ସଫାରୀ ଜଙ୍ଗଲରେ ରହିଯାଇଛି ଯେ, ଆଉ ସଫାରୀ ଖୁଆଡକୁ ଫେରିନାହିଁ ।ଅନ୍ୟପଟେ କର୍ମଚାରୀମାନେ ଶନିବାରଖୋଜି କାମସାରିଦେଇ ବସୁଛନ୍ତି ।କାରଣ ଜନ୍ତୁବିଭାଗ ମୁଖିଆ ଛୁଟିରେ ଯାଇଥିବାରୁ ରାଧାକୁ ଖୋଜିବା କାମ ବନ୍ଦ ରହିଥିବାର ଜଣାପଡିଛି ।
ପ୍ରକାସ ଯେ,ଗତବର୍ଷମାର୍ଚ୍ଚ୧୫ରୁ ଦୀର୍ଘ ଦେଢବର୍ଷ ବନ୍ଦରହିବାର ବ୍ୟବଧାନ ପରେ ଗତ୧୬ତାରିଖରେ ପର୍ଯ୍ୟଟକମାନଙ୍କ ମନୋରଞନ ପାଇଁ ନନ୍ଦନକାନନର ୪ଟି ସଫାରୀ ଖୋଲିଛି ।ତେବେ ପର୍ଯ୍ୟଟକମାନଙ୍କ ମନୋରଞନପାଇଁ ବାଘସଫାରୀରେ ରୁପା ଓ ରାଜେଶ,ସିଂହସଫାରୀରେ ରାଧା ଓ କ୍ରିସ୍ କୁ ଛଡାଯାଇଛି ।ଶୁକ୍ରବାରଦିନ ରାଧା ଓ କ୍ରିସ୍ ସଫାରିର ଜଙ୍ଗଲରେ ବିଚରଣ କରିଥିବାବେଳେ ସନ୍ଧ୍ୟାରେ କ୍ରିସ୍ ଫେରିଥିଲେ ମଧ୍ୟ ରାଧା ସଫାରୀ ଖୁଆଡକୁ ଫେରିନଥିଲା ।କର୍ମଚାରୀମାନେ କିଛି ସମୟ ଅପେକ୍ଷା କରି ସଫାରୀ ଖୁଆଡକୁ ତାଲାପକାଇ ପଲାଇଆସିଥିଲେ ।ଶନିବାର ସକାଳେ କର୍ମଚାରୀମାନେ ଖୋଜାଖୋଜିକରିଥିଲେ ମଧ୍ୟ ରାଧା ଦେଖାଦେଇନଥିଲା ।ଏହାପରେ ଜନ୍ତୁବିଭାଗ ମୁଖିଆ ଛୁଟିରେ ଯାଇଥିବାରୁ ରାଧାକୁ ଖୋଜିବା ପ୍ରକିୟାରେ ପୁର୍ଣଛେଦ ପଡିଯାଇଛି ।ରବିବାର ସୁଦ୍ଧା ରାଧା ଫେରିନଥିବାର ଜଣାପଡିଛି ।ତେବେ ଦୀର୍ଘଦିନର ବ୍ୟବଧାନପରେ ସଫାରୀ ଖୋଲିଥିବାବେଳେ ସିଂହମାନଙ୍କୁ ଅଭ୍ୟାସ କରାଇଥିଲେ ଏଭଳିସ୍ଥିତି ଉପୁଜିନଥାନ୍ତା ବୋଲି କର୍ମଛାରୀମାନେ ନାମ ଗୋପନ ରଖି କହୁଛନ୍ତି ।ମୁଖିଆ ନିଷ୍ପତି ନେଇଥିବାରୁ କର୍ମଚାରୀମାନେ ଚୁପ ରହିଥିଲେ ।ଯାହାର ପରିଣାମ ଏବେ ନନ୍ଦନକାନନକୁ ଭୋଗିବାକୁ ପଡିଛି ।

Leave A Reply

Your email address will not be published.