ଚୋରି ଘଟଣାରେ ୨ ଗିରଫ

୬ ମୋବାଇଲ ଓ ୨ ବାଇକ ଜବତ

0 471

ବାରଙ୍ଗ,୨୧/୫(ଏସଏସନିୟୁଜ)ବାରଙ୍ଗ ଥାନା ଅନ୍ତର୍ଗତ କୁହ୍ନେଇପଡ଼ା ଗ୍ରାମର ସୁଧିର କୁମାର ପାତ୍ରଙ୍କ ଅଫିସ ଘରୁ ଗତ ଫେବୃଆରୀ ୨୨ ତାରିଖ ରାତିରେ ୧୫ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ।ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ମୁତାବକ ଗତ ଫେବୃଆରୀ ୨୨ ତାରିଖରେ ସୁଧିର କୁମାର ପାତ୍ରଙ୍କ ଘରୁ କେହି ଦୁର୍ବୃତ୍ତ ତାଙ୍କର ଅଫିସ ଝରକା ତାଡ଼ି ଘରେ ପଶି ୧୫ ହଜାର ଟଙ୍କା ଚୋରି ହୋଇଥିବା ସେ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ବାରଙ୍ଗ ଥାନା ପୋଲିସ ତଦନ୍ତ କରି ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।ଗିରଫ ଦୁଇଜଣ ହେଲେ ବାରଙ୍ଗ ଥାନା ମୁଣ୍ଡମୁହାଣ ଗ୍ରାମର ଚନ୍ଦନ ବେହେରା (୨୪) ଓ କଟକ ସଦର ଥାନା ଗୋପାଳପୁର ସାମଲ ସାହିର ଆକାଶ ସାମଲ(୨୪)।ପୋଲିସ ସେମାନଙ୍କ ଠାରୁ ୧୫ଶହ ଟଙ୍କା,ଦୁଇଟି ବାଇକ ଯଥାକ୍ରମେ ଗୋଟିଏ ନମ୍ୱର ବିହୀନ ଓ ଅନ୍ୟଟି ଓଡି-୦୫-ଏସ-୬୩୪୨ ବାଇକ ଏବଂ ୬ଟି ମୋବାଇଲ ଫୋନ ଜବତ କରିଛି।ଦୁଇ ଅଭିଯୁକ୍ତଙ୍କ ନାମରେ କଟକର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି।ଏଥିସହ ଆକାଶ ସାମଲ କଟକର ବିଭିନ୍ନ ଥାନାରେ ୱାଣ୍ଟେଡ ରହିଥିବା ଜଣାପଡିଛି।ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ କେସ ନଂ ୪୦/୨୨ ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି

Leave A Reply

Your email address will not be published.