ଚୋରିକରି ବନ୍ଧାହେଲେ ଯୁବକ

ଭୁବନେଶ୍ୱର,୧୦ା୧(ଏସଏସନିଉଜ)ଚନ୍ଦକା ଥାନା ମେଣ୍ଢାଶାଳ ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ଭିତରେ ସଟରିଂ ପାଇପି ଚୋରି କରି ଜଣେ ଯୁବକ ଗିରଫ ହୋଇଛି। ଗିରଫ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ତଳେଶ୍ୱର୍ ଗ୍ରାମର ମିଟୁ ଗିରି (୨୬)ବୋଲି ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ , ଶନିବାର ଦିନ ଦୁଇପହରରେ କିଛି ଅସାମାଜିକ ବ୍ୟକ୍ତି ସଟରିଂ ପାଇପ୍ ଚୋରି କରିବା ଉଦ୍ଦେଶ୍ୟରେ ଉକ୍ତ ଫାଣ୍ଡି ଅଧୀନରେ ଥିବା ୟୁଆରସି କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍‌ରେ ପ୍ରବେଶ କରିଥିଲେ । ଚୋରି କରୁଥିବା ସମୟରେ ସେଠାରେ କାମ କରୁଥିବା ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ମିଟୁକୁ ଧରିବାରେ ସଫଳ ହୋଇଥିଲେ।ୟୁଆରସି କନଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିମିଟେଡ୍‌ର ସୁପରଭାଇଜର ପୁଜେଶ ମାଝୀ (୨୫) ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରି ପଚରାଉଚରା ସମୟରେ ମିଟୁ ତାଙ୍କ ସହଯୋଗୀମାନଙ୍କ ସହିତ ପୂର୍ବରୁ ଉକ୍ତ ନିର୍ମାଣ ସ୍ଥଳରୁ ସଟରିଂ ପାଇପ୍ ଚୋରି କରିଥିବା ବିଷୟ ସ୍ୱୀକାର କରିଥିଲେ। ଘଟଣାସ୍ଥଳରୁ ଅଭିଯୁକ୍ତଙ୍କ ହେପାଜତରୁ ୧୬ଟି ସଟରିଂପାଇପ୍ ଜବତ କରାଯାଇଥିଲା। ଯଥାବିଧି ଜିମାନାମା ପରେ ଉକ୍ତ ଜବତ ସଟରିଂ ପାଇପ୍‌ଗୁଡ଼ିକୁ ପରେ ଅଭିଯୋଗକାରୀଙ୍କ ଜିମାରେ ଦିଆଯାଇଥିଲା। ଏବଂ ପୋଲିସ ତଦନ୍ତରୁ ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ଉକ୍ତ ନିର୍ମାଣ ସ୍ଥଳରୁ ପୂର୍ବରୁ ମଧ୍ୟ ବାରମ୍ବାର ନିର୍ମାଣସାମଗ୍ରୀ ଚୋରିକାର୍ଯ୍ୟରେ ସମ୍ପୃକ୍ତଥିଲେ।ସେ ପୁଣିଥରେ ଚୋରିକରିବାକୁ ଚେଷ୍ଟା କରିଥିବାବେଳେ ସୁରକ୍ଷା କର୍ମୀମାନଙ୍କଦ୍ୱାରା ଗିରଫ କରାଯାଇଥିଲେ। ଗିରଫସମୟରେ ସୁରକ୍ଷାକର୍ମୀମାନଙ୍କ ଆକ୍ରମଣଯୋଗୁଁ ଅଭିଯୁକ୍ତଙ୍କ ଶରୀରରେ ଆଘାତ ଲାଗିଥିଲା। ପୋଲିସ ଶନିବାର ଦିନ ୨୦/୨୬କେସ ନଂରେ ଏକ ମକଦ୍ଦମା ରୁଜୁକରି ଅଭିଯୁକ୍ତ ମିଟୁକୁ କୋର୍ଟଚାଲାଣ କରିଛି ।

 

- Advertisement -

Leave A Reply

Your email address will not be published.