ଭୁବନେଶ୍ୱର,୧୦ା୧(ଏସଏସନିଉଜ) ଦାମୀ ଗାଡ଼ିରେ ଦେଶୀମଦ ଚୋରାଚାଲାଣ ହେଉଥିବାବେଳେ ମାଡ଼ି ବସିଲା ଚନ୍ଦକା ଥାନା ପୋଲିସ। ସେମାନଙ୍କଠାରୁ ଏକକାର ଜବତ ସହିତ ଏକ ମାରଣାସ୍ତ୍ର ଜବତ କରି ଦୁଇମହିଳାଙ୍କୁ ଗିରଫକରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଉକ୍ତଥାନା ଅଧୀନରେ ସିମିଳିପାଟଣା ଅଞ୍ଚଳର ମିତାଭୋଇ (୨୪) ଓ ମାନିଭୋଇ(୫୦) ବୋଲି ସୂଚନା ମିଳିଛି । ଏବଂ ଘଟଣା ସ୍ଥଳରୁ ଗାଡ଼ିକୁ ଛାଡି ଦୁଇଜଣବ୍ୟକ୍ତି ଚମ୍ପଟ ମାରିଥିବା ଜଣାପଡିଛି ।
ସୂଚନାଯୋଗ୍ୟଯେ , ଶନିବାରଦିନ ଚନ୍ଦକା ପୋଲିସ ଦିନ ୧୧ ଟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଥାନା ଅଧିକାରୀଣୀ ସମିତା ମିଶ୍ର ଆଠଗଡ଼ରୁ ଚନ୍ଦକା ଶିମିଳିପାଟଣା ଗ୍ରାମକୁ ଏକ ଲାଲ୍ ରଙ୍ଗର ମାରୁତିସୂଜୁକି ସେଲିରୋ ଗାଡ଼ିରେ ବେଆଇନି ମଦ ଆସୁଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ । ଖବରପାଇବା ପରେ ଚନ୍ଦକାପୋଲିସ ଏସଓଜି ନିକଟରେ ଅପେକ୍ଷାକରିଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ନାଲିରଙ୍ଗ ମାରୁତି କାରକୁ ଅଟକାଇ ଥିଲେ ହେଲେ ଉକ୍ତ ଗାଡ଼ିଚାଳକ ଗାଡ଼ିଟିକୁ ନଅଟକାଇ ଦୃତ ଗତିରେ ଚନ୍ଦକା ଶିମିଳିପାଟଣା ଗ୍ରାମ ଭିତରେ ପଶିଯାଇଥିଲା । ପୋଲିସ ଏହାକୁ ପିଛାକରି ଗ୍ରାମଭିତରେ ଏକ ଘର ପାଖରେ ଗାଡି ଠିଆ ହୋଇଥିବା ଦେଖିଥିଲା। ଗାଡ଼ିକୁ ଛାଡ଼ି ଦୁଇଜଣବ୍ୟକ୍ତି ଘଟଣସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗିରଫ ଦୁଇଜଣ ମହିଳା ବେଆଇନ ଭାବେ ଦେଶୀମଦ ଲୋକଙ୍କୁ ବିକ୍ରି କରୁଥିଲା ଏବଂ ପୋଲିସକୁ ଦେଖି ପଳାଉଥିବାବେଳେ ପୋଲିସ କାବୁ କରିଥିଲା। ପରେ ପୋଲିସ ଗାଡିଟିକୁ ତଲାସୀ କରିବାପରେ ଏହା ଭିତରୁ ୧୪୦ଲିଟର ଦେଶୀମଦ, ଏକ ଖଣ୍ଡା, ଓ ୮୦୪୫ ଟଙ୍କା ପାଇଥିଲା । ପୋଲିସ ୨୧/୨୬ନଂରେ ଏକ କେସ ରୁଜୁ କରି ମିତାଭୋଇ ଓ ମାନିଭୋଇଙ୍କୁ ମଦ ବିକ୍ରି କରିବା ଅଭିଯୋଗ ରେ ଗିରଫ କରିବା ସହିତ ମଦ ନେଇ ଯାଉଥିବା କାର କୁ ଜବତ କରି ଦୁଇ ଜଣ ମହିଳାଙ୍କୁ ଆଜି କୋଟ ଚାଲାଣ କରିଛି ।
