ଚୋରିକରି ଧରାପଡିଲେ ଦୁଇ

0 116

ବାରଙ୍ଗ,୫ା୮(ଏସଏସନିଉଜ)ବାରଙ୍ଗଥାନା ଅନ୍ତର୍ଗତ ପାଟପୁରଛକରେ ଥିବା ଦେବାଶିଷଦାସଙ୍କ ମାର୍ବଲ ଦୋକାନରୁ ଲୁହାମାର୍ବଲ ଷ୍ଟାଣ୍ଡ ଏବଂ ଜନ୍ମେଜୟଜେନାଙ୍କ କୁହ୍ନେଇପଡ଼ାସ୍ଥିତ ଲୁଗାଦୋକାନରୁ ଶାଢ଼ୀ ଚୋରୀକରିଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଉଛନ୍ତି ଉକ୍ତଥାନା ଅନ୍ତର୍ଗତ ପାଟପୁରଗ୍ରାମର ମିଟୁମାଝୀ (୩୦) ଏବଂ ଟିକିସାମଲ। ପୋଲିସ ସୂଚନାମୁତାବକ ଗତ ବୁଧବାରରାତିରେ କେହି ଦୁର୍ବୃତ୍ତ ଦେବାଶିଷଙ୍କ ମାର୍ବଲ ଦୋକାନରୁ ୩ଟି ଲୁହାମାର୍ବଲଷ୍ଟାଣ୍ଡ ଚୋରି କରିନେଇଥିଲେ।ପୁନର୍ବାର ପରଦିନ ଅର୍ଥାତ୍ ଗୁରୁବାରରାତିରେ ଆଉଏକ ଷ୍ଟାଣ୍ଡ ମଧ୍ୟ ଚୋରିହୋଇଥିଲା।ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ତଦନ୍ତକରି ୪ଟିଷ୍ଟାଣ୍ଡକୁ ଜବତ କରିବାସହ ଦୁଇ ଅଭିଯୁକ୍ତଙ୍କୁ ଗିରଫକରିଛି।ପୂର୍ବରୁ ଚଳିତବର୍ଷ ଜାନୁୟାରୀ ୧୬ତାରିଖରେ ଜନ୍ମେଜୟଙ୍କ ଲୁଗା ଦୋକାନରୁ ସେହି ଦୁଇଜଣ ଦୁର୍ବୃତ୍ତ ଛାତ କଣାକରି ଅନେକଶାଢ଼ୀ ଚୋରିକରି ନେଇଥିଲେ।ଏହି ଘଟଣାରେ ପୋଲିସ ତାଙ୍କଠାରୁ ୮ଖଣ୍ଡଶାଢ଼ୀ ମଧ୍ୟ ଜବତକରିଛି।ବାରଙ୍ଗଥାନା ପୋଲିସ ଉଭୟ ଘଟଣାରେ ୧୫/୨୩ ଏବଂ ୨୯୧/୨୩ କେସନଂରେ ଏକ ମକଦ୍ଦମା ରୁଜୁକରି ଦୁଇଜଣଙ୍କୁ ଶନିବାର କୋର୍ଟଚାଲାଣ କରିଛି।ଜାମିନ ନାମଞ୍ଜୁରହେବାରୁ ଉଭୟଙ୍କୁ ବିଚାରବିଭାଗୀୟହାଜତକୁ ପଠାଇ ଦିଆଯାଇଥିବାର ଜଣାପଡିଛି ।(ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.