ଛାତ୍ରଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର୍‌

0 175

ଭୁବନେଶ୍ୱର,୨୨ା୩(ଏସଏସନିଉଜ) ସୁବର୍ଣ୍ଣପୁର ସରଧାପାଲି ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଇନୋଭା ଗାଡ଼ି ଧକ୍କାରେ ୩ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଛାତ୍ର ଗୁରୁତର ହୋଇଛନ୍ତି।ସ୍କୁଲରୁ ପରୀକ୍ଷାଦେଇ ବାହାରୁଥିବା ବେଳେ ଫାଟକସମ୍ମୁଖରେ ଦ୍ରୁତଗତିରେ ଆସୁଥିବାଗାଡି ସେମାନଙ୍କୁ ଧକ୍କା ଦେଇଥିଲା ।ସମସ୍ତ ଗୁରୁତରଙ୍କୁ ଉଦ୍ଧାରକରି ତୁରନ୍ତ ମେଡିକାଲ ନିଆଯାଇଥିଲା । ମେଡିକାଲରେ ଡାକ୍ତର ପ୍ରଥମେଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଖବରପାଇ ଜିଲ୍ଲାପ୍ରଶାସନ ଘଟଣାସ୍ଥଳରେ ପହଁଚିଥିବାବେଳେ ଏହାକୁ ନେଇ ଉତେଜନା ଦେଖାଦେବାସହ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକାଅନ୍ୟପଟେ କାର୍ ଧକ୍କାରେ ୩ଛାତ୍ରଙ୍କ ମୃତ୍ୟୁଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକବ୍ୟକ୍ତ କରିବାସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିବାରକୁ ୩ଲକ୍ଷଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତାପ୍‌ରଦାନ କରିଛନ୍ତି ।ଏହାସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣାକରିବାସହ ଚିକିତ୍ସା କରାଇବାକୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.