ଛୁଇଁଲା ଶୀତ

ରାୟଗଡ଼ା,୮/୧୧(ଏସଏସନିୟୁଜ) ଶୀତର ପହିଲି ସ୍ପର୍ଶ ମାଳଭୂମିକୁ ଛୁଇଁଛି ।ଫଳରେ ରାୟଗଡ଼ାରେ ଭୋରସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବାସହ ଘନ କୁହୁଡ଼ି ଲାଗିରହୁଛି । ଶୀତର ପହିଲି ସ୍ପର୍ଶକୁ ଅନୁଭବ କରିବାପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି ।ଗ୍ରାମାଂଚଳରେ ଶୀତର ପ୍ରକୋପ ଅଧିକ ରହିଥିବାବେଳେ ଶୀତ କବଳରୁ ମୁକ୍ତି ପାଇଁ ଲୋକମାନେ ନିଆଁ ଜାଳୁଛନ୍ତି । ପାହାଡ଼ ଉପରେ ବସବାସ କରୁଥିବା ଆଦିବାସୀ ଓ ଜନଜାତି ସଂପ୍ରଦାୟର ଲୋକମାନେ ଶୀତକୁ ନେଇ ଚିନ୍ତିତ ରହିଥିବାର ଜଣାପଡିଛି ।

 

- Advertisement -

Leave A Reply

Your email address will not be published.