ରାଜନଗର,୮/୧୧(ଏସଏସନିୟୁଜ) ଚଳିତ ବର୍ଷ ପେଣ୍ଠ ବେଳାଭୂମିରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ । ଦୋବନ୍ଧି ଠାରୁ ପେଣ୍ଠ ମଧ୍ୟରେ ପ୍ରାୟ ୧୮ଶହ ମିଟର ଏରିୟାରେ ଇକୋ ରିଟ୍ରିଟ ଆୟୋଜନ ହେବ। ୨୫ଟି ଟେଂଟ ରେ ରହି ପର୍ଯ୍ୟଟକ ମାନେ ସମୁଦ୍ରର ଶୋଭା ଉପଭୋଗ କରିପାରିବେ ।ଇକୋ ରିଟ୍ରିଟରେ ଥିବା ପର୍ଯ୍ୟଟକ ମାନେ ଦିନବେଳା ଭିତରକନିକା ବୁଲିବେ ଓ ରାତିରେ ବେଳାଭୂମିର ମଜା ନେବେ ।ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେବେ ।ତତ୍ସହିତ ପର୍ଯ୍ୟଟକମାନଙ୍କ ପାଇଁ ବେଳାଭୂମିରେ ବିଭିନ୍ନ ଖେଳର ବ୍ୟବସ୍ଥା କରାଯିବ। ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ଟିମ୍ ଆସି ସ୍ଥିତି ପରଖି ଫେରିଛନ୍ତି ।