ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି

0 173

ସୁବର୍ଣ୍ଣପୁର,୨୦/୧୧(ଏସଏସନିୟୁଜ) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡର ବାରାଣ୍ଡାରୁ ନବଜାତ ଶିଶୁ ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ତାଣ୍ଡି ଗତକାଲି ଚିକିତ୍ସାଳୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ଚିକିତ୍ସାଳୟରେ ରହିଥିଲେ । ଆଜି ସକାଳୁ ସନ୍ତୋଷିନୀ ଶୌଚ ପାଇଁ ଯାଇଥିବା ବେଳେ ଜଣେ ଅଜଣା ମହିଳା ତାଙ୍କ ଶାଶୁଙ୍କ ପାଖକୁ ଆସିଥିଲେ ।କିଛିସମୟକଥାହୋଇ ଛୁଆକୁ ଧରିବା ପାଇଁ କହିଥିଲେ । ଛୁଆକୁ ଧରିବା ସହ କିଛି ସମୟ ମଧ୍ୟରେ ଶିଶୁଟିକୁ ଅଜଣା ମହିଳା ଜଣକ କୁଆଡେ ନେଇ ଚାଲିଯାଇଥିଲେ ।ଏ ସର୍ମ୍ପକରେ ଚିକିତ୍ସାଳୟ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.