ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡିକୁ ମିଳିଲା ଅନୁମତି

0 203

ଭୁବନେଶ୍ବର, ୨୦/୧୧(ଏସଏସନିୟୁଜ) କରୋନା କଟକଣା ଭିତରେ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି କାର‌୍ୟ୍ୟକ୍ରମ ଲାଗି ଅନୁମତି ମିଳିଛି ।ଏଥିନିମନ୍ତେ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ନୂତନ ଗାଇଡଲାଇନ୍ ଜାରି କରାଯାଇଛି। ସାମାଜିକ ଦୂରତା ବଜାୟ ରଖି ଖୋଲା ଜାଗାରେ ୨ ହଜାର ଲୋକଙ୍କୁ ନେଇ ଯାତ୍ରା, ଅପେରା, ଡ୍ରାମା ଓ ମେଲୋଡି ଆଦି ଆୟୋଜିତ ହୋଇପାରିବ।ଏଥିପାଇଁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ପୌର କମିସନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ।ଅଧିକସଂଖ୍ୟକ କାଉଣ୍ଟର ସାଙ୍ଗକୁ ଅନଲାଇନ୍ ରେ ଟିକେଟ୍ ବୁକିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ । ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରଶାସନ ଦର୍ଶକଙ୍କ ସଂଖ୍ୟାରେ ପରିବର୍ତ୍ତନ କରିପାରିବେ । ୭୨ ଘଣ୍ଟା ପୂର୍ବରୁ ମିଳିଥିବା ଆଣ୍ଟିଜେନ କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖି ଉତ୍ସବରେ ବସିବାର ଅନୁମତି ମିଳିବ । ତେବେ ଏଥିରେ ୬୫ ବର୍ଷରୁ ଅଧିକ ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କୁ ଯୋଗ ଦେବା ଲାଗି ବାରଣ କରାଯାଇଛି।

Leave A Reply

Your email address will not be published.