ଚିଲିକାରେ ପୁଣି ଅଘଟଣ

0 174

ଭୁବନେଶ୍ୱର,୪/୯(ଏସଏସନିଉଜ)ଚିଲିକାରେ ପୁଣି ଅଘଟଣ ଘଟିଛି । କାଳିଜାଈ କୁଦାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୧୧ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗମ୍ଭାରୀ ଗାଁ ନିକଟ କାଳିଜାଈ କୁଦାରେ ଏହି ଅଘଟଣ ଘଟିଛି ।ଡଙ୍ଗାରେ ୧୩ ଜଣ ଯାତ୍ରୀ ଥିଲେ । ଏମାନେ ସମସ୍ତେ ଭୋଜି କରିବା ପାଇଁ କାଳିଜାଇ କୁଦାକୁ ଯାଇ ସଂଧ୍ୟାରେ ଏକ ଫେରୁଥିବା ବେଳେ ହଠାତ୍ ଡଙ୍ଗା ବୁଡ଼ି ଯାଇଥିଲା ।୧୧ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଦୁଇଜଣ ନିଖୋଜ ଥିଲେ ।ଖବରପାଇ ଅଗ୍ନିଶମ ବାହିନୀ ଖେଜଖୋଜି ଆରମ୍ଭ କରିଥିବାବେଳେ ଦୁଇଟି ମୃତଦେହ ଉଦ୍ଧାର କରିଛି ।

Leave A Reply

Your email address will not be published.