ରେଳ ବ୍ରିଜ ତଳେ ଯୁବକଙ୍କ ମୃତଦେହ ଠାବ

0 390

ବାରଙ୍ଗ, ୪/୯(ଏସଏସନିଉଜ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅନ୍ତର୍ଗତ କଳାଝାରି ଗ୍ରାମ ନିକଟ ପନ୍ଦରଫୁଙ୍କା ରେଳ ବ୍ରିଜ ତଳୁ ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ନନ୍ଦନକାନନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି।ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛି ନା,ସେ ଚଳନ୍ତା ଟ୍ରେନରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡ଼ିବ। ତେବେ ରାତି ହୋଇଯିବାରୁ ମୃତଦେହ ଜବତ ହୋଇପାରିନଥିବା ବେଳେ ସୋମବାର ଦିନ ସକାଳୁ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଥାନାଧିକାରୀ ବିଶ୍ବରଞ୍ଜନ ନାୟକ ସୂଚନା ଦେଇଛନ୍ତି।ଏନେଇ ନନ୍ଦନକାନନ ଥାନା ପୋଲିସ ୧୨/୨୨ କେସ ନଂରେ ଏକ ଅପମୃତ୍ୟୁମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.