【ତାଳନବମୀ, ଓ ଶ୍ରୀଶ୍ରୀ ଠାକୁରଅନୁକୂଳଚନ୍ଦ୍ରଙ୍କ ଜୟନ୍ତୀ, ଗୁରୁଦିବସ ଓ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ】୨୦୨୨ ମସିହା ସେପ୍ଟେମ୍ବର ମାସ ୦୫ ତାରିଖ (ସୋମବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ନବମୀ ଦିବା ଘ୮/୧୮ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୫/୫୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୫୫/୩୪ ,ମିଥୁନ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଲାଉ ଦିବା ଘ୮/୧୮ ଗତେ କଳମ ଶାଗ ଭକ୍ଷଣ ନିଷେଧ ।
ମେଷ-ଆପଣଙ୍କୁ ଆଜିରଦିନ ସାବଧାନ ରହିବାକୁ ଉପଦେଶ। ପାରିବାରିକ ସଦସ୍ୟମାନଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା କାରଣ ବନିବ। ସ୍ଵାସ୍ଥ୍ୟ ଖରାପ ହେବାର ଆଶଙ୍କା ଅଛି। ମାନସିକ ଚିନ୍ତା ଏବଂ ଧନ ହାନି ହୋଇପାରେ। ଚାକିରିରେ ସମସ୍ୟା ଆସିପାରେ। ସାମୟିକ ନିରାପତ୍ତାର ଅଭାବ ଅନୁଭବ କରିବେ । କିନ୍ତୁ ଏହା ଖୁବ୍ ଶିଘ୍ର ଦୂର ହୋଇଯିବ ।ମାନସିକ ରୂପରେ ଆଜି ଆପଣର ଉତ୍ସାହର ଅଭାବ ରହିବ, ଯାହାଦ୍ୱାରା ମନରେ ଅଶାନ୍ତି ରହିବ। ପରିଜନ ମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ସ୍ଥାବର ସଂପତ୍ତିର କାଗଜପତ୍ର କରିବା ସମୟରେ ବିଶେଷ ଧ୍ୟାନ ରଖିବେ। ମାନହାନିନ ହେଉ ଏହାର ଧ୍ୟାନ ରଖିବେ,ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ।ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।
ବୃଷ-ମାନସିକଅଶାନ୍ତି ଏବଂ ଅସୁବିଧା ଭରା ଦିନ ଅଟେ। ଜୋରରେ ପରିବର୍ତ୍ତନ ହେଉଥିବା ବିଚାର କାରଣରୁ ଅନିର୍ଣ୍ଣୟର ସ୍ଥିତି ରହିବ। ସେଥିପାଇଁ ଠୋସ ନିର୍ଣ୍ଣୟ ନେଇ ପାରିବେନାହିଁ। ସନ୍ତାନମାନଙ୍କର ପ୍ରଶ୍ନ ଅସୁବିଧାରେ ପକାଇବ। ପେଟରୋଗରେ ପୀଡ଼ିତ ହେବାର ସମ୍ଭାବନା ଅଛି। କାର୍ଯ୍ୟ ନିଷ୍ଫଳତା ହତାଶା ସୃଷ୍ଟି କରିବ ଏବଂ ଆକସ୍ମିକ ଧନ ଖର୍ଚ୍ଚ ହେବ। ଆପଣ ପରିବାରର କାର୍ଯ୍ୟକ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।ଆଜିର ଦିନ ଭାଗ୍ୟବୃଦ୍ଧି ହେବାର ଦିନ ଅଟେ। ବିଦେଶ କିମ୍ବା ଦୂରଦେଶରୁ ଶୁଭ ସମାଚାର ପ୍ରାପ୍ତ ହେବ। ଛୋଟ ପ୍ରବାସ କିମ୍ବା କୌଣସି ଧାର୍ମିକ ଯାତ୍ରାଯୋଗୁଁ ମନର ପ୍ରସନ୍ନତାରେ ବୃଦ୍ଧି ହେବ। ଶାରୀରିକରୂପରେ ମଧ୍ୟ ଆଜିସୁସ୍ଥ ରହିବେ।ପ୍ରତିକାର-ବୃଦ୍ଧା ବୃଦ୍ଧଙ୍କର ସେବା କରନ୍ତୁ।
ମିଥୁନ-ବ୍ୟାପାର-ଧନ୍ଦାର ବିକାସ ଏବଂ ଆର୍ଥିକ ଆୟୋଜନ ପାଇଁ ଆଜି ଅନୁକୂଳ ଦିନ ଅଟେ। ଅସୂଲୀ କିମ୍ବା ଟଙ୍କା ଦେବା-ନେବାରେ ସଫଳତା ମିଳିବ। ଆମଦାନୀ-ରପ୍ତାନୀରେ ବ୍ୟାପାରିମାନଙ୍କୁ ଲାଭ ହେବ। ଆର୍ଥିକ ଲାଭ ହେବ। ଆଇନ କାନୁନରୁ ଦୂରେଇ ରହିବା ସହିତ ସଚେତ ରୁହନ୍ତୁ। ବିରୋଧିମାନଙ୍କର ଚାଲ ନିଷ୍ଫଳ ରହିବ। ଆଜିରଦିନ ଆନନ୍ଦର ଦିନ ଅଟେ। ବ୍ୟାପାର ଏବଂ ଆୟରେ ବୃଦ୍ଧି ହେବ। ଆଜି ଆପଣଙ୍କ ଉପରେ ଲକ୍ଷ୍ମୀଙ୍କର କୃପା ରହିବ। ପରିଜନ ଏବଂ ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦର ବାତାବରଣ ରହିବ। ନୂଆ ସଂପର୍କ ଏବଂ ପରିଚୟ ବ୍ୟାପାର କ୍ଷେତ୍ରରେ ଲାଭପ୍ରଦ ରହିବ। ଛୋଟ ଯାତ୍ରା ଆନନ୍ଦଦାୟୀ ରହିବ।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।
କର୍କଟ-ଆଜିରଦିନ ଆପଣଙ୍କପାଇଁ ଲାଭଦାୟକ ପ୍ରମାଣିତ ହେବ। ମନର ଦ୍ୱନ୍ଦ୍ୱତାପୂର୍ଣ୍ଣ ସ୍ଥିତି ଯୋଗୁଁ ହାତକୁ ଆସିଥିବା ସୂଯୋଗ ହରାଇପାରନ୍ତି ,ଧ୍ୟାନ ରଖିବାକୁ ପଡ଼ିବ। ମହିଳାମିତ୍ରମାନଙ୍କ ସହ ସାକ୍ଷାତକରିବେ ଏବଂ ଲାଭ ହେବ। ବୃଦ୍ଧଙ୍କର ଆଶୀର୍ବାଦ ପ୍ରାପ୍ତ କରିବେ। ଘରେ ମାଙ୍ଗଳିକକାର୍ଯ୍ୟ ହେବ। ଯାତ୍ରାର ଆୟୋଜନ ହେବ। ଯଦି କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହୋଇଥାଏ ସୁଫଳମିଳିବ ।ମିତ୍ର ଏବଂ ପରିଜନମାନଙ୍କ ସହିତ ଆଜିରଦିନ ଆନନ୍ଦପୂର୍ବକ ସମାପ୍ତ ହେବ। କୌଣସି ପର୍ଯ୍ୟଟନସ୍ଥଳକୁ
ଯାତ୍ରା ମଧ୍ୟ ହୋଇପାରେ। ବ୍ୟବସାୟୀ ଲୋକମାନଙ୍କ ପାଇଁ ସମୟ ଅନୁକୂଳ ଅଟେ,ପ୍ରତିକାର-କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।
ସିଂହ-ଆଜିରଦିନ ସତେଜତା ଏବଂ ଫୂର୍ତ୍ତିରେ ପରିପୂର୍ଣ୍ଣ ରହିବ। ଉତ୍ତମ ଭୋଜନ, ସୁନ୍ଦର ବସ୍ତ୍ର ଏବଂ ମିତ୍ର ତଥା ସ୍ଵଜନମାନଙ୍କ ସହିତ ଆପଣଙ୍କ ଦିନ ଖୂବ ଆନନ୍ଦରେ କଟିବ। ଦାମ୍ପତ୍ୟ ଜୀବନରେ ସୁଖ-ସନ୍ତୋଷର ଅନୁଭବ କରିବେ। ଆର୍ଥିକଲାଭ ଏବଂ ଆୟୋଜନ ପାଇଁ ଅନୁକୂଳ ଦିନ ଅଟେ। ଖର୍ଚ୍ଚ ଅଧିକ ହେବ। ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।ସ୍ଵାସ୍ଥ୍ୟପ୍ରତି ଆଜି ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ସ୍ଵାସ୍ଥ୍ୟପଛରେ ଧନର ଖର୍ଚ୍ଚ ମଧ୍ୟ ହୋଇପାରେ। ଆଜି ଖାଇବାପିଇବା ଘରେ ହିଁ କରନ୍ତୁ ତେବେ ଭଲ ହେବ। ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ.ପ୍ରତିକାର-ବେଲ କାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ
କନ୍ୟା-ଜଗନ୍ନାଥଙ୍କର କୃପାରେ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ମନରେ ସ୍ଥିର ହୋଇଥିବା ଯୋଜନା ସଫଳ ହେବ। ପିତାଙ୍କ ସହିତ ଆତ୍ମୀୟତା ବଢ଼ିବ। ତାଙ୍କଠାରୁ ଲାଭ ହେବ। ବ୍ୟାପାରୀ ଏବଂ ଚାକିରିବାଲାଙ୍କୁ ନିଜକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଗ ଅଟେ। ଧନ, ମାନ- ସମ୍ମାନରେ ବୃଦ୍ଧି ହେବ। ସରକାରଙ୍କର ତରଫରୁ ଲାଭ ହେବ। ଅସୂଲୀ କିମ୍ବା ବ୍ୟାପାର କାମରେ ଯାତ୍ରା କରିପାରନ୍ତି। ବେଳେବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।ମାନସିକ ରୂପରେ ଦ୍ଵିଧା ଅନୁଭବ ହେବାରୁ କୌଣସି ନିଶ୍ଚିତ ନିର୍ଣ୍ଣୟ ନେବାରେ କଷ୍ଟ ହୋଇପାରେ। ନିରର୍ଥକ ଖର୍ଚ୍ଚରୁ ବଞ୍ଚନ୍ତୁ। ବାଣୀଉପରେ ନିୟନ୍ତ୍ରଣ ନରଖିବାରେ ପରିଜନମାନଙ୍କ ସହିତ ମନମାଳିନ୍ୟ ହେବାର ଆଶଂକା ଅଛି,ପ୍ରତିକାର-ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ
ତୁଳା-ଆପଣଙ୍କୁ ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ। ଅବଶ୍ୟ କିଛି ମାମଲାରେ ଅସୁବିଧା ମଧ୍ୟ ହୋଇପାରେ। ଚାକିରି କିମ୍ବା ବ୍ୟବସାୟରେ ପ୍ରତିଦ୍ୱନ୍ଦୀ ବାତାବରଣ ରହିବ। ଲଘୁ ଯାତ୍ରାର ସଂଯୋଗ ଅଛି। ଭାଇ- ବନ୍ଧୁମାନଙ୍କ ସହିତ ମିଳାମିଶା ରହିବ। ସେଥିରେ ଲାଭ ହେବ। ମହିଳାମାନଙ୍କ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ ।ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ଯଶକୀର୍ତ୍ତି ପ୍ରାପ୍ତ ହେବାରେ ସରଳତା ରହିବ। ବ୍ୟାପାର କ୍ଷେତ୍ରରେ ଭାଗିଦାରୀ ସହିତ ସମ୍ବନ୍ଧ ସକାରାତ୍ମକ ରହିବ। ବସ୍ତ୍ରାଭୂଷଣର କ୍ରୟରେ ମନ ଆନନ୍ଦିତ ହେବ। ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ।
ବିଛା-କିଛି ନିଷ୍ପତି ନେବାରେ ଆଜି ମନର ସ୍ଥିତିରେ ଦ୍ୱନ୍ଦ୍ୱ ରହିବ। ଆଜି ନୂଆକାର୍ଯ୍ୟର
ଆରମ୍ଭ କରିବା ଉଚିତ ନୁହେଁ। କଥାବାର୍ତ୍ତାରେ ଆପଣଙ୍କ ବ୍ୟବହାରରେ ସଂଘର୍ଷ ହୋଇପାରେ। ଆର୍ଥିକ ଲାଭ ହେବ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ। ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତ ହେବା ଆପଣ ଦେଖିବାକୁ ପାଇବେ । ଏହି ସୁସମ୍ପର୍କ ଦୁଇ ପକ୍ଷର ଚ଼େଷ୍ଟାର ପରିଣାମ ସୂରୂପ ହେବ ।ବାଦ-ବିବାଦରେ ଫସନ୍ତୁ ନାହିଁ। ସନ୍ତାନ ମାନଙ୍କ ବିଷୟରେ ଚିନ୍ତା ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ଅଭ୍ୟାସରେ ସଫଳତା ପ୍ରାପ୍ତ ହେବାରେ ତାଙ୍କର ଉତ୍ସାହରେ ବୃଦ୍ଧି ହେବ।ପ୍ରତିକାର-ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।
ଧନୁ-ବୌଦ୍ଧିକ କିମ୍ବା ସାହିତ୍ୟ ପ୍ରେମୀମାନଙ୍କ ସହିତ ସାକ୍ଷାତ କରିପାରନ୍ତି। ନୂଆକାର୍ୟ୍ୟର ଆରମ୍ଭ କରି ପାରିବେ। ବିଦେଶଗମନର ସୂଯୋଗ ବନିପାରେ। ସ୍ଵାସ୍ଥ୍ୟ ଅଳ୍ପ ନରମ-ଗରମ ରହିବ। ସନ୍ତାନମାନ ଙ୍କର ସମସ୍ୟାରେ ଚିନ୍ତା ଉତ୍ପନ୍ନ ହେବ। ଯଦି ଆପଣଙ୍କ ବନ୍ଧୁ କିମ୍ବା ଆତ୍ମୀୟସଜ୍ଜନ ବିଦେଶରୁ ଆସୁଥାନ୍ତି ,ତେବେ ବୋଧହୁଏ ସେ ଆଜି ଆପଣଙ୍କ ଘରକୁ ଆପଣଙ୍କୁ ଭେଟିବା ପାଇଁ ଆସିବେ । ସେଥିପାଇଁ ନିଜ ଘରକୁ ସଫାସୁତୁରା କରନ୍ତୁ ।ଆଜି ଦିନ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥତାର ଅନୁଭବ କରିପାରନ୍ତି। ବ୍ୟର୍ଥ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ,ପ୍ରତିକାର-ଗାଈକୁ କିଛି ଖାଦ୍ୟ ଦେବେ ।
ମକର-ପାର୍ଟି, ପିକନିକ, ଯାତ୍ରା, ସୁନ୍ଦର ଭୋଜନ ଏବଂ ବସ୍ତ୍ର ପରିଧାନ ଆଜିର ଦିନର ବିଶେଷତା ରହିବ। ମନୋରଞ୍ଜନର ଦୁନିଆରେ ବିହାର କରିବେ। ବିପରୀତ ଲିଙ୍ଗ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ତମ ସୁଖପ୍ରାପ୍ତି ହେବ। ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରୋ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆପଣଙ୍କ ସ୍ଵାସ୍ଥ୍ୟ ଆଜି ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଲାଭ ହେବ। ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପ୍ରାପ୍ତ ହେବ। ପରିଜନମାନଙ୍କ ସହିତ ଆପଣ ସମୟ ଆନନ୍ଦପୂର୍ବକ ବିତାଇ ପାରିବେ। ପ୍ରତିକାର-କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।
କୁମ୍ଭ-ବାଣୀ ଏବଂ ବ୍ୟବହାର ଉପରେ ଆଜି ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ। ଦୈନିକ କାର୍ଯ୍ୟଗୁଡ଼ିକରେ ଅତିରିକ୍ତ ନୂଆକାର୍ଯ୍ୟ ହାତକୁ ନେବା ଉଚିତ ନୁହେଁ। ରୋଗାକ୍ରନ୍ତ ହୋଇପାରନ୍ତି। ସେଥିପାଇଁ ଖାଇବା ପିଇବାରେ ଧ୍ୟାନ ରଖିବେ। ଅଚାନକ ଧନ ଲାଭ ହେବ। ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ ।ଶାରୀରିକ ଏବଂ ମାନସିକ ରୂପରେ ଆପଣଙ୍କ ସ୍ଵାସ୍ଥ୍ୟ ପ୍ରସନ୍ନତାରେ ପୂର୍ଣ୍ଣ ରହିବ। ଉତ୍ସାହପୂର୍ଣ୍ଣ ବାତାବରଣ ହେବାରୁ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାର ପ୍ରେରଣା ମିଳିବ। ପାରିବାରିକ ବାତାବରଣରେ ସୁଖ-ଶାନ୍ତି ବନି ରହିବ।
ମୀନ-ପରିବାରରେ ମନମାଳିନ୍ୟ ହୋଇପାରେ। ମାନସିକ ରୂପରେ ଚିନ୍ତିତ ରହିବେ। ମନରେ ଦ୍ୱନ୍ଦ୍ୱ ହୋଇପାରେ। ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ବର୍ତ୍ତମାନ ନିଅନ୍ତୁ ନାହିଁ। କାହାସହିତ ଭୁଲ ବୁଝାବଣା କିମ୍ବା ବାଦ-ବିବାଦ ହୋଇପାରେ। କୋର୍ଟକଚେରୀ ମାମଲାରେ ସମ୍ଭାଳିକରି କାମ କରନ୍ତୁ। ଆଜିକାଲି ଆପଣଙ୍କ ସମ୍ପର୍କ ସୁଧାରିବାରେ ଲାଗିଛନ୍ତି ,ଯେଉଁଥିପାଇଁ ଆପଣ ଖୁସି ଅଛନ୍ତି । ଆଜି ଆପଣ ଯେତେ ଅଧିକ ସମୟ ପାରିବେ ଆପଣଙ୍କ ପରିବାରଙ୍କ ସହ କଟାନ୍ତୁ ।ଶାରୀରିକ ଏବଂ ମାନସିକ ରୂପରେ ଆଜି ସମ୍ପୂର୍ଣ୍ଣ ଦିନ ପ୍ରସନ୍ନତା ରହିବ। ବ୍ୟବସାୟକ୍ଷେତ୍ରରେ କାର୍ଯ୍ୟର ପ୍ରଶଂସା ହେବାରୁ କାର୍ଯ୍ୟ ପ୍ରତି ଉତ୍ସାହ ମଧ୍ୟ ବଢ଼ିବ। ସାଥିରେ କାମ କରୁଥିବା ଲୋକଙ୍କର ମଧ୍ୟ ସହଯୋଗ ପ୍ରାପ୍ତ ହେବ। ପ୍ରତିକାର-ଅସହାୟକୁ ସାହାଯ୍ୟ କରନ୍ତୁ ।
ନିତୀବାଣୀ-ନିଜ ସ୍ୱପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ । କାହିଁକିନା ଯଦି ଜୀବନର ଆଧାର ହଜିଯିବ ତେବେ ସ୍ଵପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ।
ବାସ୍ତୁ ଟିପ୍ପଣୀ-ଘରେ ଲେମ୍ବୁଗଛ ଯଦି ଲଗେଇଛନ୍ତି ତାହେଲେ ନିଶ୍ଚୟ ଦେଖନ୍ତୁ । ଶୁଭ ନା ଅଶୁଭ ?
ଆଜି ଆମେ ଲେମ୍ବୁଗଛ ବିଷୟରେ ଜାଣିବା ଏହି ଗଛକୁ ନେଇ ଜଡିତ ଥିବା ଶୁଭ ଆଉ ଅଶୁଭ ବିଷୟରେ ଜାଣିବା । ଲେମ୍ବୁ ଏକ ଏପରି ଗଛ ଯାହା ବିଷୟରେ ସମସ୍ତେ ଜାଣନ୍ତି ।ଯଦି ଆମେ ପୁରୁଣାଯୁଗ କଥାବିଷୟରେ କହିବା କିମ୍ବା ଭାବିବାତ କିଛି କଥା ସାମ୍ନାକୁ ଆସେ କି କଣଶୁଭ ହୋଇଥାଏ, ଆଉ କଣ ଅଶୁଭ ହୋଇଥାଏ । ଏପରି କିଛି କଥା ଗଛପତ୍ର ଏବଂ ରଙ୍ଗକୁ ନେଇ ହୋଇଥାଏ । ଆଉ ସେହିଅନୁସାରେ ଆଜି ଆମେ ଲେମ୍ବୁଗଛ ବଷୟରେ ଜାଣିବା କି ଘରେ ଲେମ୍ବୁ ଗଛଲଗାଇବା ଶୁଭ କି ଅଶୁଭ ହୋଇଥାଏ ।
ତେବେ ବନ୍ଧୁଗଣ ଏହା ଶୁଭ ହୋଇଥାଏ ଏହାର କେତେ ପ୍ରକାର ସକାରତ୍ମକ ପ୍ରଭାବ ରହିଛି । ଯଦି ବାସ୍ତୁଦୃଷ୍ଟିରୁ ଦେଖାଯାଏ ତ ଘରେ ଲେମ୍ବୁଗଛ ଲଗାଇବା ଉଚିତ୍ ଯଦି ପୁରୁଣାସମୟର ଲୋକମାନଙ୍କ କଥାଉପରେ ବଚାର କରିବାତ ଘରେ ଲେମ୍ବୁଗଛ ଲଗାଇବା ଉଚିତ୍ ନୁହେଁ, ଆଗକାଳରେ ଲୋକ ମାନଙ୍କର ମାନ୍ୟତା ଥିଲାକି କୌଣସି ବି କଣ୍ଟାଗଛକୁ ଘରେଲଗାଇବା ଉଚିତ୍ ନୁହେଁ ଏବଂ ଏହା ଅଶୁଭ ହୋଇଥାଏ । କିନ୍ତୁ ବାସ୍ତୁବିଜ୍ଞାନ ଏହିପରି କଛି କଣ୍ଟାଗଛ ଥାଏ ଯାହାକୁ ଘରେ ଲଗାଇବା ଶୁଭ ହୋଇଥାଏ ।
ଲେମ୍ବୁ ଆମର ସ୍ୱାସ୍ଥକୁ ଫାଇଦା ପହଞ୍ଚାଇଥାଏ ଏବଂ ବାସ୍ତୁଦୋଶକୁ ମଧ୍ୟ ଦୂର କରିଥାଏ ଆପଣ ମାନେ ଦେଖିଥିବେକି ନଜର ଉତାରିବା ପାଇଁ କିମ୍ବା ଖରାପ ନଜରରୁ ବଞ୍ଚିବାପାଇଁ ଲେମ୍ବୁର ପ୍ରୟଗ କରାଯାଏ, ସେପରି ଯଦି ଆପଣ ଘରେ ଲେମ୍ବୁର ଗଛ ଲଗାନ୍ତି ତ ଏହା ବସ୍ତୁଦୋଶକୁ ନଷ୍ଟ କରିଥାଏା ତାସହିତ ଘରୁ ନାକାରତ୍ମକ ଉର୍ଜାକୁ ଦୂର କରିଥାଏ ।
ଏପରି ମାନଯାଏକି ଯଦି ଲେମ୍ବୁଗଛ ଘରେ ଲଗାଯାଇଥାଏ ତ କୌଣସିପ୍ରକାର ନାକାରତ୍ମକ ଉର୍ଜା ଘରଭିତରକୁ ପ୍ରବେଶ କରିପାରେ ନାହିଁ । ଯଦି କୋଣସି ନାକାରତ୍ମକଉର୍ଜା ଘରେ ପ୍ରବେଶ କରିବାକୁ ଚେଷ୍ଟା ମଧ୍ୟ କରେ ତ ସେ ସେଠାରୁ ହିଁ ଫେରି ଯାଏ । ଏଥିପାଇଁ କୁହାଯାଏ କି ଘରର କୌଣସି କୋଣରେ ଲେମ୍ବୁଗଛ ଲାଗାନ୍ତୁ । ତେବେ ବନ୍ଧୁଗଣ ଆପଣମାନେ ଜାଣିପାରିଲେ ଘରେ ଲେମ୍ବୁଗଛ ଲଗେଇବା ଶୁଭ ନା ଅଶୁଭ ହୋଇଥାଏ । ।ଆଜିର ଦିନଟି ମଙ୍ଗଳମୟ ହେଉ!! ଜୟଜଗନ୍ନାଥ, ଜୟସୋମନାଥ,ଜୟମା ଯୋଗମାୟା!!
