ଗୁଣି ପାଇଁ ମହିଳାଙ୍କୁ ହତ୍ୟା!

ରାୟଗଡ଼ା, ୫/୯(ଏସଏସନିଉଜ) ଟାଉନଥାନା କୋଇଲାପଡ଼ା ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶୋଇଥିବା ଅବସ୍ଥାରେ ହାଣି ଦେଲେ ଜଣେ ଯୁବକ । ଅଭିଯୁକ୍ତ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ । ରାୟଗଡ଼ା ସହରର କୋଇଲାପଡା ଠାରେ ଘଟିଛି ଏହି ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହତ୍ୟା କରାଯାଇଛି । ରାଜେଶ କୁଲେସିକା ନାମକ ଯୁବକ ପଡୋଶୀ ଚନ୍ଦ୍ରମା ବିଭାରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀ ରାଜେଶକୁ ଅଟକ ରଖି ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଛି ।

- Advertisement -

Leave A Reply

Your email address will not be published.