ପିପିଲି, ୫/୯(ଏସଏସନିଉଜ) ଏବେ ପିମ୍ପୁଡ଼ି ପାଇଁ ଟେନ୍ସନ୍ ରେ ଅଛନ୍ତି ଚନ୍ଦ୍ରାଦେଇପୁର ଗ୍ରାମବାସୀ ।ପିମ୍ପୁଡି ଯିବାର ନାଁ ଧରୁନାହିଁ । ବହୁ ଉଦ୍ୟମ ସତ୍ୱେ ଗ୍ରାମବାସୀମାନେ ନିରାଶ ହେବାକୁ ବସିଲେଣି ।ପକୃତ କାରଣ ଜାଣିବାପାଇଁ ବିଡିଓ ଓ ଓୟୁଏଟିର ସ୍ୱତନ୍ତ୍ର ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।ଲୋକଙ୍କୁ ଘର ବାରି ସଫା ପାଇଁ ପରାମର୍ଶ ଦେବାସହ ଔଷଧ ସିଞ୍ଚନ ଆରମ୍ଭ କରାଯାଇଥିବାର ଜଣାପଡିଛି ।
