କଲେଜ ଅଧ୍ୟକ୍ଷଙ୍କ ଘରୁ କଳାକନା ବୁଲାଇଲେ ଚୋର

0 162

କେନ୍ଦୁଝର , ୧୧/୯(ଏସଏସନିୟୁଜ) କଳାକନା ବୁଲାଇଲେ ଚୋର । ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମରେ ରହୁଥିବା ଷଡ଼ଙ୍ଗୀ କଲେଜ ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘରର ଆଲମିରା ଭାଙ୍ଗି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଗତକାଲି ରାତିରେ ଚୋରିହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ସାହୁ ଏବଂ ତାଙ୍କ ପତ୍ନୀ ଗୋଟିଏ କୋଠିରେଶୋଇଥିବାବେଳେ ଅନ୍ୟ ଏକ କୋଠରିର ଝରକା ତାଡ଼ି ଦୁର୍ବୃତ୍ତମାନେ ଘରେ ପଶି ଦୁଇଟି ସୁନାହାର, ଗୋଟିଏ ମଙ୍ଗଳସୂତ୍ର. ତିନିହଳ କାନଫୁଲ, ୩ଟି ମୁଦି ସମେତ ସୁନାଅଂଳଙ୍କାର ନେଇଯାଇଛନ୍ତି ।ଅଭିଯୋଗ ପାଇବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.