ଚାଟ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ

0 253

ବାରଙ୍ଗ,୧୦/୯(ଏସଏସନିୟୁଜ) ଚାଟ ଖାଇବାକୁ ଯାଇ ଦୁଇ ଗୋଷ୍ଟୀ ମଧ୍ୟରେ କଥା କଟାକଟିକୁ ନେଇ ମାଡପିଟ ହୋଇଛି । ପାଖ ଦୋକାନରେ ଥିବା ଥଣ୍ଡା ବୋତଲରେ ଆକ୍ରମଣ,କରିବାକୁ ପଛାଇନାହାନ୍ତି । ଶୁକ୍ରବାର ରାତିରେ ଗଣ୍ଡରପୁର ହାଇସ୍କୁଲଗଡାରେ ଏଭଳି ଘଟଣା ଘଟିଛି ।ଖବରପାଇ ନନ୍ଦନକାନନପୋଲିସ ଘଟଣାସ୍ଥଳରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣଧିନ ରହିଥିବାବେଳେ ଦୁଇଗ୍ରାମ ମଧ୍ୟରେ ଉତେଜନା ଲାଗିରହି ଥିଲା ।
ଖବର ନେବାରୁ ଜଣାପଡିଛି, ଶୁକ୍ରବାର ରାତିରେ ଗଣ୍ଡରପୁରହାଇସ୍କୁଲଗଡାରେ ଏକ ଚାଟ ଦୋକାନରେ ଗହଳି ଥିଲା।ସେହି ସମୟରେ କଲ୍ୟାଣପୁର ଗ୍ରାମର ଦୁଇଜଣ ଯୁବକ ଚାଟ ଦୋକନ ପାଖରେ ଅଟକି ଥିଲେ।ଚାଟ ଦୋକାନୀକୁ ସ୍ପେଶାଲ ଚାଟ ତିଆରି କର ଆମେ ଖାଇବୁ ବୋଲି କହିଥିଲେ।ଚାଟ ଦୋକାନରେ ଉପସ୍ଥିତ ଥିବା ଗଣ୍ଡରପୁର ଗ୍ରାମର ୪ଜଣ ଯୁବକ ସେମାନଙ୍କ କଥାକୁ ବିରୋଧ କରିଥିଲେ।ଏହି କଥା କାହାକୁ କହିଲ ବୋଲି ଉଭୟଙ୍କ ମଧ୍ୟରେ କଥାକଟାକଟି ସହ ମାଡପିଟ ହୋଇଥିଲେ। ନିକଟରେ ଥିବା ଏକ ଦୋକାନରୁ ଥଣ୍ଡା ବୋତଲ ଆଣି ଆକ୍ରମଣ କରିବାକୁ ପଛାଇନଥିଲେ ।ଏହାଦ୍ୱାରା କେତେକ ପିଲା ଆହତ ହୋଇଥିବାର ଜଣାପଡିଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଝୁବକମାନେ ଛତ୍ରଭଙ୍ଗ ଦେଇଥିଲେ ।

Leave A Reply

Your email address will not be published.