ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୪ଲକ୍ଷ

0 345

ବାରଙ୍ଗ, ୧୦/୯(ଏସଏସନିୟୁଜ)ଶୁକ୍ରବାର ରାତିରେ ଦାଢ଼ାପାଟଣା ଗ୍ରାମର ବାବୁଲି ସାହୁଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ ବାବୁଲି ଙ୍କର ବାରଙ୍ଗ ବଜାର ରେ ଏକ ଫଳ ଓ ପୂଜା ସାମଗ୍ରୀ ଦୋକାନ ରହିଛି।ତେବେ ଗତକାଲି ରାତି ୯ ଘଟିକା ସମୟରେ ଦୋକାନ ବନ୍ଦ କରି ଏକ ବ୍ୟାଗରେ ନଗଦ ୪ ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିଲେ।ଏହି ସମୟରେ ନିଛାଟିଆ ଏବଂ ଅନ୍ଧାରର ସୁଯୋଗ ନେଇ କେହି ଜଣେ ଦୁର୍ବୃତ୍ତ ପିଛା କରି ତାଙ୍କ ଠାରୁ ଟଙ୍କା ଭର୍ତି ବ୍ୟଗ ଝାମ୍ପି ନେଇ ଫେରାର ହୋଇଯାଇଥିଲା।ଏନେଇ ବ୍ୟବସାୟୀ ଜଣକ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.