କଂଗ୍ରେସ ଭବନରେ ଦୁଇ ଥର ଭଙ୍ଗାରୁଜା

0 216

ଭୁବନେଶ୍ୱର,୧୩/୧୦(ଏସ ଏସ ନିଉଜ)ଆଜି ସକାଳେ ରାଜ୍ୟ କଂଗ୍ରେସ ଭବନରେ କିଛି ଯୁବକ ଅଫିସ ତାଲାଭାଙ୍ଗି କଂଗ୍ରେସ ସଭାପତିଙ୍କ ଚ୍ୟାମ୍ବରରେ ବ୍ୟାପକ ଭଙ୍ଗାରୁଜା କରି ପଳାଇଯାଇଛନ୍ତି । ଅଫିସ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଭଙ୍ଗାରୁଜା ହୋଇ ପଡିଛି ।ସମସ୍ତ ଜିନିଷ ଭାଙ୍ଗି ଏଣେ ତେଣେ ବିଛାଡି ହୋଇ ପଡିଛି । ଯୁବ କଂଗ୍ରେରେ ଗୋଷ୍ଠୀ ବିବାଦସହ କର୍ମୀ ଅସନ୍ତୁଷ୍ଟ କାରଣରୁ ଏପରି ହୋଇଥାଇପାରେ ବୋିଲି ଅନୁମାନ କରାଯାଉଛି। ତେବେକାହିଁକି ଭଙ୍ଗାରୁଜା ହେଲା,କିଏ ଓ କାହାର ଇସାରାରେ ଏପରି ହେଲା ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି ।ତେବେ ପୁଣି ସନ୍ଧ୍ୟାରେ କିଛି ଲୋକ କଂଗ୍ରେସ ଭବନରେ ପଶି ପିସିସି ସଭାପତି ଏବଂ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନାମ ଫଳକ ଓ ଚେୟାର ଭାଙ୍ଗିଛନ୍ତି ।

 

Leave A Reply

Your email address will not be published.