କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି,ମୃତ୍ୟୁ ସଂଖ୍ୟା ବଢୁଛି

0 199

ଈୁବନେଶ୍ୱର,୨୯/୫(ଏସଏସନିୟୁଜ) ଗତ ୩ ଦିନ ହେବ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଉଥିବାବେଳେ ଆଜି ୭,୧୮୮ ଆକ୍ରାନ୍ତ ନୁଆ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୨୬, ସ୍ଥାନୀୟ ଅଞ୍ଚଳରୁ ୩୧୬୨ ରହିଛି। ଖୋର୍ଦ୍ଧାରୁ ୧୧୩୪ ଜଣ,ଅନୁଗୁଳରୁ ୫୧୫ଜଣ, ବାଲେଶ୍ୱରରୁ ୧୦୩ ଜଣ, ବରଗଡ଼ରୁ ୨୭୧ ଜଣ, ଭଦ୍ରକରୁ ୮୯ଜଣ, ବଲାଙ୍ଗୀରରୁ ୯୩ ଜଣ, ବୌଦ୍ଧରୁ ୨୫୭ଜଣ, କଟକରୁ ୬୯୦ଜଣ, ଦେବଗଡରୁ ୬୧ ଜଣ, ଢେଙ୍କାନାଳରୁ ୨୫୫ଜଣ, ଗଜପତିରୁ ୧୦୬ ଜଣ, ଗଞ୍ଜାମରୁ ୧୬୩ ଜଣ, ଜଗତସିଂହପୁରରୁ ୧୫୪ ଜଣ, ଯାଜପୁରରୁ ୪୦୬ ଜଣ, ଝାରସୁଗୁଡାରୁ ୧୧୪ ଜଣ, କଳାହାଣ୍ଡିରୁ ୧୭୭ ଜଣ, କନ୍ଧମାଳରୁ ୫୪ ଜଣ, କେନ୍ଦ୍ରାପଡ଼ାରୁ ୭୫ଜଣ, କେନ୍ଦୁଝରରୁ ୫୭ଜଣ, କୋରାପୁଟରୁ ୨୦୨ ଜଣ, ମାଲକାନଗିରିରୁ ୯୨ଜଣ, ମୟୁରଭଞ୍ଜରୁ ୩୨୦ଜଣ ଚିହ୍ନଟ ହୋଇଛନ୍ତି ।ସେହିଭଳି ନବରଙ୍ଗପୁରରୁ ୨୧୬ ଜଣ, ନୟାଗଡ଼ରୁ ୨୪୨ଜଣ, ନୂଆପଡ଼ାରୁ ୬୨ ଜଣ, ପୁରୀରୁ ୪୫୭ ଜଣ, ରାୟଗଡ଼ାରୁ ୧୬୫ ଜଣ, ସମ୍ୱଲପୁରରୁ ୧୨୦ଜଣ, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୧୭୨ ଓ ଷ୍ଟେଟ ପୁଲରୁ ୨୩୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେହିଭଳିଭାବେ ମୃତ୍ୟୁହାର ମଧୂ ବଢୁଥିବାର ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୫ ଜଣ, କଳାହାଣ୍ଡି ଓ ରାୟଗଡରୁ ୪ ଜଣ ଲେଖାଏଁ, ଝାରସୁଗୁଡା ଓ ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, ବୌଦ୍ଧ, ଜଗତସିଂହପୁର, କୋରାପୁଟରୁ ୨ ଜଣ ଲେଖାଏଁ, କଟକ, ମାଲକାନଗିରି, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.