ଛାତ୍ରଛାତ୍ରୀଙ୍କ ଖାତାକୁ ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା

0 195

ଈୁବନେଶ୍ୱର,୨୯/୫(ଏସଏସନିୟୁଜ) ମହାମାରୀ କରୋନା ସମୟରେ ମଧ୍ୟାହ୍ନ ଭୋଜନ ଟଙ୍କା ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବାନେଇ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।ଏବେ କରୋନାପାଇଁ ସ୍କୁଲ ବନ୍ଦ ରହିଥିବାରୁ ଡିବିଟି ମାଧ୍ୟମରେ ମଧ୍ୟାହ୍ନ ଭୋଜନ ଟଙ୍କା ଦିଆଯିବ । କେନ୍ଦ୍ର ସରକାର ଏଥିନିମନ୍ତେ ଦେଶର ପ୍ରାୟ ୧୧ କୋଟି ୮୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ୧୨୦୦ କୋଟି ଟଙ୍କା ପଠାଇବେ ।କରୋନା କାଳରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଗ ପ୍ରତିରୋଧକ ଶକ୍ତି ରକ୍ଷା କରିବାଦୀଗରେ ଏହି ଅର୍ଥ ବେଶ ସହାୟକ ହୋଇପାରିବବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.