ୟୁଏଇରେ ଖେଳାଯିବ ଆଇପିଏଲ୍ ର ଅବଶିଷ୍ଟ ମ୍ୟାଚ୍‌

0 197

ଈୁବନେଶ୍ୱର,୨୯/୫(ଏସଏସନିୟୁଜ) ବିସିସିଆଇ ସୂଚନା ଅନୁଯାୟୀ ଆସନ୍ତା ସେପ୍ଟେମ୍ବରରୁ : ୟୁଏଇରେ ଆରମ୍ଭ ହେବ ଆଇପିଏଲ୍-୨୦୨୧ର ଅବଶିଷ୍ଟ ମ୍ୟାଚ୍ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ କରାଯିବା ନେଇ ବିସିସିଆଇର ଭର୍ଚୁଆଲ୍‌ରେ ସ୍ପେଶାଲ ଜେନେରାଲ୍ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଷୟରେ ସୁଚନାଦେଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା । ଦେଶରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପିଏଲର ଅବଶିଷ୍ଟ ମ୍ୟାଚଗୁଡ଼ିକ ଆସନ୍ତା ସେପ୍ଟମ୍ବର-ଅକ୍ଟୋବର ମାସରେ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଉଥିବା କୁହାଯାଇଛି ।ଚଳିତ ସିଜନର ଆଇପିଏଲ୍ ବେଳେ କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନାରେ ଆକ୍ରାନ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଥିବାବେଳେ ଆଉ ୩୧ଟି ମ୍ୟାଚ୍ ଖେଳାଯିବାକୁ ବାକି ରହିଥିଲା

Leave A Reply

Your email address will not be published.