କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା :୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ

0 538

ଭୁବନେଶ୍ୱର :୨୧/୩(ଏସଏସଏନ୍) କରୋନା ଭାଇରସ୍ ତାର କାୟା ବିସ୍ତାର ସାରା ବିଶ୍ବରେ କରିବାରେ ଲାଗିଛି । ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ ।୨୨ମାର୍ଚ୍ଚ ସକାଳ ୭ରୁ ୨୯ମାର୍ଚ୍ଚ ରାତି ୯ଟା ଯାଏଁ ଏହି ନିୟମ ଳାଗୁ ହେବ ବୋଲି ସୁଚନା ପ୍ରଦାନ କରିଛନ୍ତି  ।ଲକ୍ ଡ଼ାଉନରେ ଅତ୍ୟାବଶ୍ୟକ ଦ୍ରବ୍ୟ ଦୋକାନ ଖୋଲା ରହିବ । ଲକ୍ ଡାଉନ ସମୟରେ ବସ୍, ଟ୍ରେନ,ବିମାନସେବା, ସଉଦା, ପରିବା, ମାଛ, ମାଂସ, ଅଣ୍ଡା, ଚିକେନ, ପେଟ୍ରୋଲ ପମ୍ପ ଓ ମେଡ଼ିସିନ ଦୋକାନ ଖୋଲା ରହିବ । ଏହାସହ ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ବଜାର ଖୋଲା ରହିବ । ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍ ଖୋଲା ରହିବ । ମ୍ୟୁନିସପାଲଟିସେବା, ପୋଲିସ, ଅଗ୍ନିଶମ ସେବା ଜାରି ରହିବ । ପାନୀୟ ଜଳ ଓ ବିଦ୍ୟୁତ କାର୍ଯ୍ୟାଳୟ ମଧ୍ୟ ଖୋଲା ରହିବ । ସରକାରଙ୍କ ନିଷ୍ପତ୍ତିରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ପରିବାର ଓ ବନ୍ଧୁ ମାନଙ୍କ ମଙ୍ଗଳ ପାଇଁ ଘରେ ରହିବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି । ଯିଏ କଟକଣା ଭାଙ୍ଗିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।ତେବେ ୫ଟି ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ପାଇଁ ଏହା ଲାଗୁ ହେବ । ଏସବୁ ଜିଲ୍ଲାରେ ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ଅନ୍ୟପଟେ  ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରରୋଡ଼, ଯାଜପୁର ଟାଉନରେ ମଧ୍ୟ ଏହି ନିୟମ ଳାଗୁ ହେବ ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.