କରୋନା ପାଇଁ ଫେବ୍ରୁଆରୀର ଗାଇଡଲାଇନ

0 311

ଭୁବନେଶ୍ବର,୩୦/୧(ଏସଏସନିୟୁଜ)ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ ଲାଗୁ ରହିବ। ପ୍ରାଥମିକ ସ୍କୁଲ ଖୋଲିବାକୁ ଏସଓପି ଜାରି କରିବାକୁ ନିର୍ଦ୍ଦେଶ। ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କ ଉପସ୍ଥିତ କୁ ଅନୁମତି ମିଳି ଥିବାର ଜଣାପଡିଛି । ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ହାତ ଧୁଆ ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ କରାଯାଇଥିବା ବେଳେ ସଭାସମିତି ଏବଂ ଉତ୍ସବ ପାଇଁ ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନରଙ୍କ ଠାରୁ ଆଗୁଆ ଅନୁମତି ନେବାକୁ କୁହାଯାଇଛି। ମେଡିକାଲ କଲେଜଗୁଡିକ ପାଇଁ ସାମାଜିକ ଦୂରତା ପାଳନ ପୂର୍ବଭଳି ଅପରିବର୍ତ୍ତିତ ରହିଛି। ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମହାବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପାଇଁ କୁହାଯାଇଛି। ଆସନ୍ତା ୧ ତାରିଖରୁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
୧-  ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି
୨- ଏସ୍‌ଓପି ମାନି ଖୋଲିପାରିବ ସିନେମା ହଲ ଓ ଥିଏଟର
୩- କେନ୍ଦ୍ର ଗାଇଡ୍‌ଲାଇନ ମାନି ସତର୍କତାର ସହ ଜିଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ
୪- ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ମିଳିବ ଅନୁମତି
୫- ଖୋଲା ଜାଗାରେ ପଡ଼ିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ
୬- ବିବାହ ଓ ଶେଷକୃତ୍ୟ କାର‌୍ୟ୍ୟରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି
୭- ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ ଓ ଥର୍ମାଲ ସ୍କାନିଂ ଜରୁରୀ
୮- ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସ୍‌ଓପି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି
୯-ଇଞ୍ଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବେ ବୈଷୟିକ ଶିକ୍ଷା ବିଭାଗ
୧୦-  ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା ଓ ଖୋଲାମଞ୍ଚ

Leave A Reply

Your email address will not be published.