କରୋନା-ପୁଣି ୭୫୫ ନୂଆ ଆକ୍ରାନ୍ତ ଚିହ୍ନଟ

0 188

ଭୁବନେଶ୍ୱର,୧୦/୭(ଏସ୍‌ଏସ୍‌ନିୟୁଜ)କରୋନା ଆକ୍ରାନ୍ତ ଚିହ୍ନଟରେ ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ଗୋଟିଏଦିନରେ ସର୍ବାଧିକ ୨୩ ଜିଲ୍ଲାରୁ ୭୫୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୫୦୮ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୨୪୭ଜଣ ସ୍ଥାନୀୟ ଲୋକ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୩, ବାଲେଶ୍ୱରରୁ ୯, ବରଗଡ଼ରୁ ଜଣେ, ଭଦ୍ରକରୁ ୨, ବଲାଙ୍ଗୀର ୧୨, କଟକ ୫୫, ଦେବଗଡ ୪, ଢେଙ୍କାନାଳ ୪, ଗଜପତି ୩୦, ଗଞ୍ଜାମ ୩୨୦, ଜଗତସିଂହପୁର ୫, ଯାଜପୁର ୮୬, କନ୍ଧମାଳ ୨, କେନ୍ଦ୍ରାପଡା ୫, କେନ୍ଦୁଝର ୩୨, ଖୋର୍ଦ୍ଧା ୫୯ କୋରାପୁଟ ୫, ମାଲକାନଗିରି ୧୮, ମୟୁରଭଞ୍ଜ ୧୨, ନୟାଗଡ ୧୬, ପୁରୀ ୧୧, ସମ୍ବଲପୁର ୨ ଓ ସୁନ୍ଦରଗଡ଼ରୁ ୮୨ ଜଣ ଚିହ୍ନଟ ହୋଇଛନ୍ତି ।ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬କୁ କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୭୬ ଜଣ ଚିକିତ୍ସା ହେଉଥିବା ବେଳେ ୭୪୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୬ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କାରଣରୁ ୧୦ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଆଜି ଗଞ୍ଜାମ ଜିଲ୍ଲାର ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏମାନେ କରୋନା ବ୍ୟତୀତ ଡାଇବେଟିସ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଏମାନେ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ଗଞାମରେ ମୃତ୍ୟୁ ସଂଖ୍ୟା ୩୪ରେ ପହଁଚିଛି ।

Leave A Reply

Your email address will not be published.