କରୋନା-ରାଜ୍ୟରେ ପୁଣି ବଢିଲା

0 257

ଭୁବନେଶ୍ୱର,୧୨/୪(ଏସ୍‌ଏସ୍‌ନିୟୁଜ)ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବା ସହ ଚିନ୍ତା ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୭୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନୁଗୁଳ୪୩, ବାଲେଶ୍ୱରରୁ ୧୫୮ ,ବରଗଡରୁ୯୭,ଭଦ୍ରକରୁ୧୧, ବଲାଙ୍ଗିରରୁ୯୩,ବୈଦ୍ଧରୁ ୫,କଟକରୁ୫୮, ଦେବଗଡରୁ୯.  ଢେଙ୍କାନାଳ ରୁ୨,ଗଜପତିରୁ୧୩, ଗଞାମରୁ୯,ଜଗତସିଂହପୁରରୁ୯,ଯାଜପୁରରୁ୩୮, ଝାରସୁଗୁଡା ରୁ୪୩,କଳାହାଣ୍ଡିରୁ୧୧୪, କନ୍ଧମାଳରୁ୮, କେନ୍ଦାପଡାରୁ୨ ,କେନ୍ଦୁଝରରୁ ୫୩, ଗଜପତି ୧୪ ଜଣ, , କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୩୯ ଜଣ, ନୟାଗଡ଼ ଜିଲ୍ଲାରୁ ୭, ନୂଆପଡ଼ା ଜିଲ୍ଲାରୁ ୯୬ଜଣ, ପୁରୀ ଜିଲ୍ଲାରୁ ୫୪ ଜଣ, ରାୟଗଡ଼ା ଜିଲ୍ଲାରୁ ୩୫, ସମ୍ବଲପୁର ଜିଲ୍ଲାରୁ ୧୨୧ଜଣ, ସୋନପୁର ଜିଲ୍ଲାରୁ ୧୩ ଜଣ,ନବରଙ୍ଗପୁରରୁ ୮୦, ଖୋର୍ଦ୍ଧା ରୁ ୨୦୪ ଜଣ ଓ ଷ୍ଟେଟ ପୁଲରୁ ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବାଲେଶ୍ୱର ଆଜି ଚିହ୍ନଟ ହୋଇଥିବା ୧୫୮ଜଣଙ୍କ ମଧ୍ୟରୁ ୧୦୩ ଟି ପଜିଟିଭ ଚିହ୍ନଟ ଇମାମୀ ପେପର ମିଲ୍‌ରୁ ହୋଇଛି ।ଏହାପରେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇ ମିଲ୍‌ର ଗୋଟିଏ ୟୁନିଟକୁ ବନ୍ଦ କରିଛି ପ୍ରଶାସନ।

 

Leave A Reply

Your email address will not be published.