କରୋନା ଆକ୍ରାନ୍ତ-ଦେଶରେ୪ଲକ୍ଷ,ରାଜ୍ୟରେ୧୦ହଜାରେ

0 167

ଭୁବନେଶ୍ୱର,୯/୩(ଏସଏସନିୟୁଜ)ଦେଶରେ କରୋନା ସଂକ୍ରାମଣ ସଂଖ୍ୟା ବଢୁଥିବାବେଳେ ଲଗାତାର ୪ ଲକ୍ଷ ଅତିକ୍ରମ କରୁଛି। ୨୪ ଘଣ୍ଟାରେ ୪,୦୩,୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ପଜିଟିଭ ସଂଖ୍ୟା ୨,୨୨,୯୬,୪୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪,୦୯୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୨,୩୬୨ରେ ପହଞ୍ଚିଛି। ଦିନକରେ ୩,୮୬,୪୪୪ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ୧,୮୩,୧୭,୪୦୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ କୁହାଯାଇଛି । ତେବେ ରାଜ୍ୟରେ ମଧ୍ୟ ଆଜି ପୁଣି ୧୦,୬୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୪, ସୁନ୍ଦରଗଡ଼ରୁ ୯୩୪ ଜଣ, କଟକରୁ ୮୮୭ ଜଣ, ସମ୍ବଲପୁରରୁ ୬୪୧ ଜଣ, ଅନୁଗୁଳରୁ ୫୫୯ ଜଣ, ବରଗଡ଼ରୁ ୪୪୩ ଜଣ , ବାଲେଶ୍ୱରରୁ ୩୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୪୬୯, ଝାରସୁଗୁଡ଼ାରୁ ୪୫୬, ପୁରୀରୁ ୪୩୪, ନବରଙ୍ଗପୁରରୁ ୩୩୬, ନୂଆପଡ଼ାରୁ ୩୨୪, ବଲାଙ୍ଗିରରୁ ୩୧୮, ଯାଜପୁରରୁ ୨୯୦, ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୧୯୩, ରାୟଗଡ଼ାରୁ ୧୫୮, ମୟୂରଭଞ୍ଜ ଓ ବୌଦ୍ଧରୁ ୧୭୯ ଲେଖାଏଁ, ସୁବର୍ଣ୍ଣପୁରୀରୁ ୧୪୯, ଢେଙ୍କାନାଳରୁ ୧୪୬, ଜଗତସିଂହପୁରରୁ ୧୪୦, ଦେବଗଡ଼ରୁ ୧୩୭, କୋରାପୁଟରୁ ୧୨୭, କେନ୍ଦ୍ରାପଡ଼ାରୁ ୧୨୭, ଗଜପତିରୁ ୧୦୧, ଭଦ୍ରକରୁ ୧୦୦, ମାଲକାନଗିରିରୁ ୭୯ ଓ କନ୍ଧମାଳରୁ ୭୩ ଜଣ ଓ ଷ୍ଟେଟ୍ ପୁଲ୍ରୁ ୨୭୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ୨୪ ଘଣ୍ଟାରେ ୧୯ ଜଣ ସଂକ୍ରମିତ କରୋନାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅନୁଗୁଳରୁ୧, ବଲାଙ୍ଗୀରରୁ୧, ଭୁବନେଶ୍ୱରରରୁ୧, ଭଦ୍ରକରୁ୧, ଢେଙ୍କାନାଳରୁ୧, ଗଞ୍ଜାମରୁ୧, ଗଜପତିରୁ୧, ଯାଜପୁରରୁ୧, ଝାରସୁଗୁଡା ର୧, ଖୋର୍ଦ୍ଧା ରୁ୨.କଳାହାଣ୍ଡିରରୁ୩, ପୁରୀରୁ୧, ରାୟଗଡାରୁ୧.ସମ୍ବଲପୁରରୁ୧ ,ସୁବର୍ଣ୍ଣପୁରରୁ ୧,ସୁନ୍ଦରଗଡ ରୁଜଣେ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.