କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡିକୁ ପିଟିଲା ଟ୍ରାକ୍ଟର

0 248

ନୀଳଗିରି,୯/୫(ଏସଏସନିୟୁଜ) ଆଜି କେନ୍ଦ୍ରମନ୍ତ୍ରୀଙ୍କ ଗାଡିସହ ଏକ ଟ୍ରାକ୍ଟର ଧକ୍କାହେବାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଡ୍ରାଇଭର, ପିଏ, ପିଏସଓ ଆହତ ହୋଇଛନ୍ତି । ନୀଳଗିରି-ସେରଗଡ ଓ ଉଦଳା ରାଜ୍ୟ ରାଜପଥ ନିକଟ ପୋଡାଶୂଳ ନିକଟରେ ଏହି ଦୁର୍ଘଟଣା ଘଟିଛି ।ତେବେ ଟ୍ରାକ୍ଟରଟି ଆସି ହଠାତ ମନ୍ତ୍ରୀଙ୍କ ଗାଡିକୁ ବାଡେଇଦେଇଥିବାରୁ ଏହି ଦୁର୍ଘଟଣା ଘଟିଥିଲା ।ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ମୁହଁ, ନାକ, ଗୋଡ଼ରେ କ୍ଷତ ହୋଇଛି। ଦୁର୍ଘଟଣା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ହସ୍ପିଟାଲ ନିଆଯାଇ ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି ।ଆରପଟେ ନୀଳଗିରିଥାନାରେ ଟ୍ରାକ୍ଟରଚାଳକକୁ ଅଟକରଖାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.