ଆସାମ ମୁଖ୍ୟମନ୍ତ୍ରୀହେବେ ହିମନ୍ତ ବିଶ୍ଵଶର୍ମା

0 176

ଭୁବନେଶ୍ୱର,୯/୫(ଏସଏସନିୟୁଜ) ରବିବାର ଗୁଆହାଟିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ବିଧାୟକ ଦଳ ନେତା ଭାବେ ମଧ୍ୟ ନିର୍ବାଚିତ କରାଯାଇଛି ।ଫଳରେ ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ହେବାକୁ ଯାଉଛନ୍ତି । ବିଧାୟକ ଦଳ ବୈଠକ ହେବା ପୂର୍ବରୁ ରବିବାର ଦିନ ଆସାମର ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର , ଦଳର ସାଧାରଣ ସମ୍ପାଦକ ଅରୁଣ ସିଂହ, ପ୍ରଭାରୀ ବୈଜୟନ୍ତ ପଣ୍ଡା ପ୍ରମୁଖ କେନ୍ଦ୍ରୀୟ ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.