କରୋନାରେ ଆକ୍ରାନ୍ତ ହେଲେ ଦିଲୀପ ରାୟ

0 218

ଭୁବନେଶ୍ୱର,୮ /୩(ଏସଏସନିୟୁଜ)ଦିଲ୍ଲୀପ ରାୟ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କର କରୋନା ପଜିଟିଭ୍ ହୋଇଥିବା ନେଇ ନିଜେ ଟ୍ୱିଟ କରି କହିଛନ୍ତି । ସେ କହିଛନ୍ତି ଯେ , କୋଭିଦର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ନିଜକୁ ପରୀକ୍ଷା କଲି ଏବଂ ରିପୋର୍ଟଟି ସକାରାତ୍ମକ ଥିଲା। ମୋର ସ୍ୱାସ୍ଥ୍ୟ ଭଲ ଅଛି ଏବଂ ଡାକ୍ତରଙ୍କ ପରାମର୍ଶରେ ମୁଁ ନିଜକୁ ଅଲଗା କରିଦେଇଛି । ଆମେ ସତର୍କ ନରହିଲେ ଆମ ତଥା ଆମର ନିକଟବର୍ତ୍ତୀ ଲୋକଙ୍କୁ ବିପଦରେ ପକାଇପାରେ ତେଣୁ ସମସ୍ତଙ୍କୁ କୋଭିଦ ପ୍ରତି ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.