କରୋନାରେ ଡାକ୍ତର

ସକାଳର ଖବର, ତାରିଖ : ୧୦/୦୪/୨୦୨୧,ଶନିବାର

0 401

୧-ଜାରି ହେଲା ନୂଆ ଗାଇଡଲାଇନ: ମାସ୍କ ନପିନ୍ଧିଲେ ଏଣିକି ୨ ହଜାରରୁ ୫ ହଜାର ଯାଏଁ ଲାଗିବ ଜରିମାନା ।
୨-ଏଣିକି ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର। ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ।ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି।
୩-ଆରମ୍ଭ ହେଲା ‘ଡୋଣ୍ଟ୍ ସୋ ମି ୟୋର୍ ଫେସ୍’ ଅଭିଯାନ,ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ସାଧାରଣରେ ଅଯଥା ଭିଡ଼ ନ ଜମାଇବାକୁ ମାଇକ୍ ଯୋଗେ ପ୍ରଚାର
୪-ଟୁଇନ୍ ସିଟିରେ ବାହାଘର ପ୍ରୋସେସନ୍ ମନା: ଏଣିକି ବିବାହରେ ସର୍ବାଧିକ ୫୦, ଅନ୍ତେଷ୍ଟିରେ ୨୦ ଲୋକ ହୋଇ ପାରିବେ ସାମିଲ।
୫-ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ।
୬-ଆଜିଠୁ ରେଳଯାତ୍ରୀଙ୍କ ଉପରେ କଟକଣା,ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍ ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ୍ ଟିକାର ଦ୍ଵିତୀୟ ଡୋଜ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ
୭-କରୋନାରେ ଆକ୍ରାନ୍ତ ହେଉଛନ୍ତି ଡାକ୍ତର । ଦିଲ୍ଲୀରେ ୭୨ଜଣ ଡାକ୍ତର କରୋନା ପଜିଟିଭ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତର ଓ ଜଣେ କର୍ମଚାରୀ ଆକ୍ରାନ୍ତ ।
୮-ପଶ୍ଚିମବଙ୍ଗର ୪୪ଟି ସିଟ୍ ପାଇଁ ଆଜି ମତଦାନ : ମୈଦାନରେ ବାବୁଲ ସୁପ୍ରିୟୋ, ରାଜୀବ ବାନାର୍ଜୀ, ଶ୍ରାବନ୍ତୀ ଚାଟାର୍ଜୀଙ୍କ ଭଳି ହେଭିଓ୍ବେଟ୍ ।
୯-ଛତିଶଗଡ ସହ ଅନ୍ୟ ରାଜ୍ୟରୁ ପୂର୍ବଭଳି ଚାଲିବ ଟ୍ରେନ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ ଅନୁସାରେ ଚଳାଚଳ କରୁଛି ଟ୍ରେନ । ମୁଖ୍ୟଶାସନ ସଚିବଙ୍କୁ ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ ଚିଠି ।
୧୦-ରାଜସ୍ଥାନରେ ଭାଟ୍ କମ କରିବା ଦାବିରେ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ୧୨ ଘଣ୍ଟା ପାଇଁ ବନ୍ଦ ରହିବ। ୧୨ ଘଣ୍ଟିଆ ହଡତାଳ ସମୟରେ  ରାଜ୍ୟରେ ପ୍ରାୟ ୭ ହଜାର ପେଟ୍ରୋଲ ପମ୍ପରେ ପେଟ୍ରୋ-ଡିଜେଲ୍ ବିକ୍ରି ସଂପୂର୍ଣ୍ଣ ବନ୍ଦ ରହିବ।
୧୧-ଛତିଶଗଡ଼କୁ ରେଳ ଚଳାଚଳ ବନ୍ଦ ଲାଗି ଓଡ଼ିଶାର ଅନୁରୋଧକୁ ରେଳବାଇର ପ୍ରତ୍ୟାଖ୍ୟାନ ।
୧୨-ଭାରତୀୟ ଜଳପଥରେ ଆମେରିକାର ଅବାଧ ପ୍ରବେଶ । ଭାରତର ସମ୍ମତି ବିନା ଲାକ୍ଷାଦ୍ୱୀପର ଏକ୍ସକ୍ଲୁସିଭ ଇକୋନମିକ ଜୋନରେ ଆମେରିକା କଲା ପ୍ରବେଶ ।
୧୩-ବିଦେଶକୁ କମିଲା ଭାରତୀୟ ଟିକା ରପ୍ତାନିର ହାର, ୨୦ ଦିନରେ ପଠାଯାଇଛି ମାତ୍ର ୪୫ ଲକ୍ଷ ଡୋଜ ।
୧୪-ବିଜୟ ସହ ଆର୍‌ସିବିର ଅଭିଯାନ, ରୋମାଞ୍ଚକର ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇକୁ ୨ ଓ୍ବିକେଟରେ ହରାଇଲା ବାଙ୍ଗାଲୋର ।
୧୫-ଆଜି ଆଇପିଏଲ୍ ଚତୁର୍ଦ୍ଦଶ ସଂସ୍କରଣର ଦ୍ବିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ ।
୧୬-ଓଡ଼ିଆ ଧାବିକା ଦୂତି ଚାନ୍ଦ ପାଇବେ ଛତିଶଗଡ଼ ବର୍ଣ୍ଣି ପୁରସ୍କାର ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.