ଆଜିର ଅନୁଚିନ୍ତା

ତାରିଖ : ୧୦/୦୪/୨୦୨୧,ଶନିବାର

0 309

ଆଜିର ନୀତିବାଣୀ –
➡️ଲୁହାକୁ ଲୁହା, କଂଟାକୁ କଂଟାରେ ହଟାଇଦେବା ଆବଶ୍ୟକ !
➡️କେତକୀରେ ସାପ ରହେ । ଗୋବର ଗଡିଆର ପଙ୍କରେ ପଦ୍ମ ବିକଶିତ ହୋଇଥାଏ । ପ୍ରାଣୀ ନିଜର ଗୁଣ ବଳରେ ଉଚ୍ଚକୁ ଉଠିପାରେ !
➡️ଶଠେ ଶାଠ୍ୟମ୍ ସମାଚରେତ୍ । ଅର୍ଥାତ୍ ଯେସାକୁ ତେସା, ହାରାମଜାଦାକୁ କୁରାଢୀ ପଶା !
➡️ଦୁଃଖ କଲେ ଦୁଃଖ ବଢେ । ଏଣୁ ଧୈର୍ଯ୍ୟର ସହିତ ଦୁଃଖକୁ ଭୁଲିବା ଉଚିତ୍ !
➡️ଭଲ ଖାଇଲେ, ଭଲ ପିନ୍ଧିଲେ, ଭଲ ଘରେ ରହିଲେ ଜଣେ ବଡ ହୋଇଯାଏ ନାହିଁ । ଭଲ ଗୁଣ ଓ ଜ୍ଞାନ ଥିଲେ ଜଣେ ବଡ ହୁଏ !

ଆଜିର ଅନୁଚିନ୍ତା-
➡️କର୍ମ ଯଥାର୍ଥ, ଧର୍ମ ଆଦର୍ଶ, ଏହାକୁ ମନେ ରଖିବାକୁ ହେବ ।କାମ, କ୍ରୋଧ, ମୋହ, ଲୋଭ, ସ୍ୱାର୍ଥ, ଅହଂକାରଠାରୁ ଯିଏ ଦୂରରେ ରହିପାରେ, ଅନ୍ୟର ମଙ୍ଗଳ କାମନା କରିପାରେ ସେ ସର୍ବଦା ସୁଖରେ ବାସ କରିପାରେ !
➡️କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ । ଏହାସହିତ ସତ୍ କର୍ମ, ଆଚରଣ, ନିଷ୍ଠା ଜଡିତ ହେବା ଆବଶ୍ୟକ !
➡️କେହି ଶହେ ବର୍ଷ ବଂଚି ଯଦି ଖରାପ କାମ କରୁଥାଏ ତେବେ ତାର ବଂଚିବା ମରିବାରେ କିଛି ଫରକ ନଥାଏ !
➡️ଖରାପ ଆଚରଣ ତ୍ୟାଗ କରିବା ସଙ୍ଗେ ସଙ୍ଗେ ନିଜେ ଶୁଦ୍ଧ ହେବା ସହିତ ନିଜର ଭାଷା, କର୍ମକୁ ଶୁଦ୍ଧ କରି ଦୟା, କ୍ଷମା, ସତ୍ୟ, ପ୍ରେମକୁ ଆପଣେଇବା ଦରକାର । ଏହାଦ୍ୱାରା ଜୀବନର ସକଳ ସୁଖ ଲାଭ କରାଯାଇପାରେ !
➡️କାହାରି କଥାରେ ହାରାସ ହୋଇ ନିଜକୁ ଦୁର୍ବଳ କରନି । ଯେଉଁ ଲୋକ ତୁମକୁ ପ୍ରତିଯୋଗିତା କରି ହରେଇ ପାରିବନି ସେ ନିଶ୍ଚିତ ତୁମର ମନୋବଳକୁ ଭାଙ୍ଗି ତୁମକୁ ଦୁର୍ବଳ କରିବାକୁ ଚାହୁଁଥିବ !
ଆଜିର ସୁବିଚାର-
➡️ସମାଜରେ ଯେଉଁଠାରେ ମହିଳାଙ୍କୁ ସମ୍ମାନ ଦିଆଯାଇନଥାଏ,ସେହି ସମାଜର ପ୍ରାରମ୍ଭିକ ପତନ ନିଶ୍ଚିତ ହେବ !
➡️ଯେତେବେଳେ ତୁମକୁ କ୍ରୋଧ ଆସେ,ଏହାର ପରିଣାମ ବିଷୟରେ ଚିନ୍ତା କର !
➡️ଅହଂକାର ମନୁଷ୍ୟରେ ସେହି ସମସ୍ତ ଲକ୍ଷଣ ଆଣିଥାଏ,ଯାହା ତାକୁ ଚାରିଆଡେ ଅପ୍ରୀତିକର କରିଥାଏ !
➡️ମୁଁ ସଫଳତାର ମନ୍ତ୍ର ଜାଣ ନାହିଁ,କିନ୍ତୁ ସମସ୍ତଙ୍କୁ ଖୁସି ରଖିବା ପାଇଁ ପ୍ରୟାସ ହେଉଛି ଅସଫଳତାର ମନ୍ତ୍ର !
➡️ସଫଳତା ଆମକୁ ଦୁନିଆ ସହିତ ପରିଚିତ କରେ,ଏବଂ ବିଫଳତା ଆମକୁ ଦୁନିଆ ସହିତ ପରିଚିତ କରେ !
ମହାପୁରୁଷଙ୍କ ବାଣୀ-
➡️ଯଦି ଆପଣ ଦେଖିବେ ଲୋକମାନେ କିପରି ଅଛନ୍ତି, ତେବେ ଆପଣଙ୍କୁ ସେମାନଙ୍କୁ ଭଲ ପାଇବା ପାଇଁ ସମୟ ମିଳିବ ନାହିଁ – ମଦର ଟେରେସା !!
➡️ଯଦି ତୁମେ ପ୍ରକୃତରେ ନିଜକୁ ଭଲ ପାଅ, ତୁମେ ଅନ୍ୟମାନଙ୍କୁ କଦାପି ଆଘାତ କରିପାରିବ ନାହିଁ- ଗୌତମ ବୁଦ୍ଧ !
➡️ଯଦି ଆପଣ ଶହ ଶହ ଲୋକଙ୍କ ପେଟ ପୂରଣ କରିପାରିବେ ନାହିଁ, ତେବେ କେବଳ ଜଣକୁ ଖାଦ୍ୟ ଦିଅନ୍ତୁ – ମଦର ଟେରେସା
➡️ଯଦି କୌଣସି ବ୍ୟକ୍ତି କିଛି ବିଶ୍ରାମ ଛାଡି ଏକ ବଡ଼ ସୁଖ ଦେଖିବାକୁ ସକ୍ଷମ ହୁଏ, ତେବେ ଜଣେ ବୁଦ୍ଧିମାନ ବ୍ୟକ୍ତି ଟିକିଏ ବିଶ୍ରାମ ଛାଡି ବଡ଼ ସୁଖ ହାସଲ କରିବା ଉଚିତ୍ – ଗୌତମ ବୁଦ୍ଧ
➡️ଯଦି କୌଣସି ବ୍ୟକ୍ତି ଭୁଲ୍ କରନ୍ତି, ଏହାକୁ ପୁନରାବୃତ୍ତି ନକରିବାକୁ ଚେଷ୍ଟା କରନ୍ତୁ, ଏଥିରେ ଆନନ୍ଦ ପାଇବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ମନ୍ଦରେ ବୁଡି ରହିବା ଦୁଃଖକୁ ଆମନ୍ତ୍ରଣ କରିଥାଏ-ଗୌତମ ବୁଦ୍ଧ !
ଗୀତା ଉପଦେଶ-
➡️ଅଥବା ହେ ଅର୍ଜ୍ଜୁନ ମୋ ବିଭୁତି ସମୁହର ଏତେସବୁ ବିସ୍ତାର ଜାଣି ତୁମର ବା କଣ ହେବ ।ଏତିକି ମାତ୍ର ଜାଣ ଯେ ଏହି ସମଗ୍ର ଜଗତକୁ ମୁଁ ମୋର ଗୋଟିଏମାତ୍ର ଅଂଶରେ ଧାରଣ କରିଛି !
➡️ମତେ ଅନୁଗ୍ରହ କରି ଆପଣ ଏ ଯେଉଁ ପରମଗୁହ୍ୟ ଅଧ୍ୟାତ୍ମ ତତ୍ତ୍ୱ ବର୍ଣ୍ଣନା କଲେ ତାଦ୍ୱାରା ମୋର ସମସ୍ତ ମୋହ ଦୂର ହୋଇଗଲା !
➡️ମତେ ଅନୁଗ୍ରହ କରି ଆପଣ ଏ ଯେଉଁ ପରମଗୁହ୍ୟ ଅଧ୍ୟାତ୍ମ ତତ୍ତ୍ୱ ବର୍ଣ୍ଣନା କଲେ ତାଦ୍ୱାରା ମୋର ସମସ୍ତ ମୋହ ଦୂର ହୋଇଗଲା !
➡️ହେ ପରମେଶ୍ୱର ଆପଣ ଯେପରି ନିଜ ସ୍ୱରୂପ ବିଷୟରେ କହିଲେ , ହେ ପୁରୁଷୋତ୍ତମ , ମୁଁ ଆପଣଙ୍କର ସେହିପ୍ରକାର ଐଶ୍ୱରୀକ ରୂପ ଦେଖିବାକୁ ଇଚ୍ଛାକରେ !
ଜୀବନ ଦର୍ଶନ-
➡️ଗାଧୋଇବା ବେଳେ ଦେହରେ ସାବୁନ ଲଗାଇ ଦର୍ପଣରେ ନିଜର ଦେହକୁ ଦେଖିଲେ ତାହା ଅତି ବିକୃତ ଓ ଅସୁନ୍ଦର ଦେଖାଯିବ। କେଉଁଠି ମେଞ୍ଚାଏ ଫେଣ ଦେଖାଯିବ ତ ‘କେଉଁଠି ଗାର ଗାର ଦେଖାଯିବ, ଏପରି ଦେଖାଗଲେ ସୁଦ୍ଧା ଶରୀରରେ କୌଣସି ରୋଗ ହୋଇଛି ଭାବି ମନରେ ଦୁଃଖ ହେବ ନାହିଁ। କାରଣ ମନରେ ଏହି ବିଶ୍ବାସ ଥାଏ ଯେ ଏସବୁ କେବଳ ଉପରେ ବୋଳା ହୋଇଛି, ପାଣି ଢାଳି ଦେଲେ ସବୁ ଧୋଇ ହୋଇଯିବ। ସେହିପରି ସବୁ କିଛି ପରମାତ୍ମାଙ୍କର ସ୍ବରୂପ, କିନ୍ତୁ ବାହ୍ୟ ରୂପେ ବିଭିନ୍ନ ଶରୀରରେ ସେମାନଙ୍କର ଭିନ୍ନ ଭିନ୍ନ ସ୍ବଭାବ ଦେଖା ଯାଉଛି, ମାତ୍ର ନିଜର ରାଗ, ଦ୍ବେଷ କାରଣରୁ ସେଗୁଡିକ ଭିନ୍ନ ଭିନ୍ନ ଦେଖା ଯାଉଛି। ଶୁଭ ସକାଳ,ଜୟ ଶ୍ରୀକୃଷ୍ଣ।

Leave A Reply

Your email address will not be published.