ବସଷ୍ଟପରୁ ମିଳିଲା ରାଜମିସ୍ତ୍ରୀଙ୍କ ମୃତଦେହ

0 182

ସୁନ୍ଦରଗଡ଼,୪/୯(ଏସଏସନିୟୁଜ) ଏହି ଜିଲ୍ଲାର ବୀରମିତ୍ରପୁର କରଡେଗା ବସଷ୍ଟପରୁ ମହୁଲଛାପର ବେଲାବେଡାର ଜୁହାନ କଣ୍ଡୁଳନା (୩୬) ନାମକ ରାଜମିସ୍ତ୍ରୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗତକାଲି ଜୁହାନ, ସମ୍ପର୍କୀୟ ଭାଇ ଠିକାଦାର ବିନୋଦ, ଝାରଖଣ୍ଡ ଦଲକିର ଅନିଲ ଗୁଡ଼ିଆ ମଦ ପିଇବାକୁ ଘରୁ ଆସିଥିଲେ । ଜୁହାନ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଘରକୁ ନ ଫେରିବାରୁ ପରିବାରଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଗତଜାଲି ହାତିବାରୀ ପୁଲିସ ପାଟ୍ରୋଲିଂ ବେଳେ ବସଷ୍ଟପରେ ଜୁହାନଙ୍କର ଶବ ପଡ଼ିଥିବାର ସୁଚନା ପାଇଥିଲେ ।ପୋଲିସଠାରୁ ଖବରପାଇ ପରିବାରଲୋକ ଆଜି ସକାକେ ପହଞ୍ଚି ଶବ ଚି଼ହ୍ନଟ କରିଥିଲେ।ଏହିଘଟଣାପରେ ବିନୋଦ ଓ ଅନିଲ ଫେରାର ହୋଇ ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.