ବାଇକ୍ ଛାଡ଼ି ଜଙ୍ଗଲକୁ ଦୈାଡିଲେ ଲୁଟେରା

0 157

ବାଲିଅନ୍ତା,୪/୯(ଏସଏସନିୟୁଜ) ଫାଇନାନ୍‌ସ କର୍ମଚାରୀ ଙ୍କଠାରୁ ଟଙ୍କାଲୁଟି ପଳାଇଗଲେ ଲୁଟେରା ।କିନ୍ତୁ ଲୁଟର ଶିକାର ହୋଇଥରବା କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧୁ ସହ ସାହାସିକତା ଯୋଗୁ ଲୁଟିଥିବା ଟଙ୍କା ଓ ବାଇକ ପକାଇ ଫେରାର ହୋଇଗଲେ ଲୁଟେରା ।ଏହିଭଳି ଏକ ଘଟଣା ବାଲିଅନ୍ତା ଅଂଚଳରେ ଘଟିଛି । ବାଳକାଟିରେ ଥିବା ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଭାରତ ଫାଇନାନ୍ସର ଜଣେ କର୍ମଚାରୀ ଙ୍କୁ ନାଗପୁର ନିକଟରେ ଦୁଇ ଦୁର୍ବୃତ୍ତ ଅଟକାଇଥିଲେ। ବେକରେ କଟୁରି ଲଗାଇ ବ୍ୟାଗ୍‌ରେଥିବା ୧୫ ହଜାର ଟଙ୍କା, ରିସିଦ୍ ମେସିନ୍ ଓ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଛଡ଼ାଇ କର୍ମଚାରୀଙ୍କ ବାଇକ୍‌ର ହ୍ୟାଣ୍ଡେଲ୍ ଲକ୍ କରି ଚାବି ନେଇ ପଳାଇଯାଇଥିଲେ ।ଲୁଟର ଶିକାର ହେବାପରେ କର୍ମଚାରୀଜଣଙ୍କ ସହାସିକତା ଦେଖାଇ ରାସା୍‌ତାରେ ଆସୁଥିବା ଜଣେ ବାଇକଚାଳକୁୁ ରୋକି ଘଟଣା ବିଷୟରେ କହିବାପରେ ଉଭୟ ଲୁଟେରାଙ୍କ ପିଛା କରିଥିଲେ ।ଆଉ କିଛି ଯୁବକ ମଧ୍ୟ ଲୁଟେରାକୁ ଧରିବାରେ ସାମିଲ ହୋଇଥିଲେ । ବାଙ୍କୁଆଳ ନିକଟରେ ସେମାନେ ଲୁଟେରାଙ୍କ ପାଖାପାଖି ହୋଇ ଯାଇଥିବାର ଜାଣି ଧରାପଡିଯିବାର ଭୟରେ ଲୁଟେରା ସେମାନଙ୍କ ବାଇକକୁ ଛାଡି ଟଙ୍କାବ୍ୟାଗକୁ ପକାଇ ଫେରାର ହୋଇଯାଇଥିଲେ ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛିା

Leave A Reply

Your email address will not be published.