ନାବାଳିକାକୁ ଗର୍ଭବତୀ କରି ଫେରାର ଥିବା ବୃଦ୍ଧକୁ ଧରିଲା ପୋଲିସ

0 203

ତିହିଡ଼ି, ୪/୯(ଏସଏସନିୟୁଜ) ତିହିଡି ଥାନା ଅଧିନସ୍ଥ ମଠସାହି ଗ୍ରାମର ଜଣେ ନାବାଳିକାକୁ ୫ ମାସର ଗର୍ଭବତୀ କରି ଫେରାର ଥିବା ବୃଦ୍ଧ ମାୟାଧର ଦାସ ଓରଫ କାର୍ତ୍ତିକ (୬୦)ଶେଷରେ ପୋଲିସ ହାତରେ ଧରାପଡିଛି । ଘରେ କେହି ନଥିବାର ସୁଯୋଗ ନେଇ ମାୟାଧର ଜନୈକ ନାବାଳିକାଙ୍କୁ ବିଭିର୍ଣ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଆସୁଥିଲା । ନାବାଳିକା ଜଣକ ୫ମାସର ଗର୍ଭବତୀ ହେବା ଜଣାପଡିବାପରେ ଏହାକୁ ବାହାରେ ପ୍ରକାସ ନକରିବା ସହ ନାମ ପ୍ରକାସ କଲେ ନାବାଳିକା କୁ ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିଲେ ।ନାବାଳିକାର ଅଭିଯୋଗ କ୍ରମେ ପୁଲିସ ୨୮୫/୨୧ କେଶ ନଂ ରେ ଏକ ମାଲାର ରୁଜୁ କରି ତଦନ୍ତ ଚଳାଇଥିଲା ।ଶେଷରେ ପୋଲିସ ଆଖିରେ ଧୁଳିଦେଇ ଲୁଚୁଥିବା ମାୟାଧରକୁ ଦେଢମାସପରେ ନୟାଗଡ଼ ଜିଲାର ଫତେଗଡ଼ ଅଞ୍ଚଳରୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.