ମାଛଧରା ପାଇଁ ଗୋଷ୍ଠୀସଂଘର୍ଷ

0 225

ବ୍ରହ୍ମଗିରି, ୪/୯(ଏସଏସନିୟୁଜ) କୃଷ୍ଣପ୍ରସାଦ ଥାନା ଝାରକଟା ଗାଁରେ ମାଛଧରାକୁ କେନ୍ଦ୍ରକରି ଆଜି ସାନ ସାହି ଓ ବଡସାହି ମଧ୍ୟରେ ଆଜି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସଙ୍କଟାପନ୍ନ ହେବାରୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଗାଁରେ ଉେତ୍ତଜନା ଲାଗି ରହିଥିବାରୁ କୃଷ୍ଣପ୍ରସାଦ ପୁଲିସ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହିଛି।ତେବେ ଗାଁପୋଖରୀକୁ ମାଛଚାଷପାଇଁ ଆଉ ୨୦୧୮ ମସିହାରୁ ନିଲାମ ଦିଆଯାଉନାହିଁ ।ଯେତେବେଳେ ନିଲାମ ହୁଏ ଉଭୟସାହିର ଲୋକମାନେ ମାଛଧରି ମିଳୁଥିବା ଟଙ୍କାକୁ ଉଭୟ ବାଂଟିକରିନେଇଥାନ୍ତି ।ଏହି ପୋଖରୀ ସାନସାହି ପାଖରେ ରହିଥିବାରୁ ସାହିଲୋକ ପାଣିକୁ ଅଧିକ ବ୍ୟବହାର କରିଥାନ୍ତି ।ଆଜି ସକାଳୁ ବଡ଼ସାହି ଲୋକେ ପୋଖରୀରୁ ମାଛ ଧରିବାକୁ ଆସିବା ବେଳେ ସାନସାହି ଲୋକମାନେ ବିରୋଧ କରିଥିଲେ ।ଏହାକୁ ନେଇ ଉଭୟସାହି ମଧ୍ୟରେ ମାରପିଟ ଆରମ୍ଭ ହୋଇଯାଇଥିଲା ।ଏଥିରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାର ୧୦ଜଣ ଆହତ ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.