ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍

0 180

ବାଲେଶ୍ବର, ୪/୯(ଏସଏସନିୟୁଜ) ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀଙ୍କୁ ଗତ ୨୮ ତାରିଖ ସନ୍ଧ୍ୟାରେ ହତ୍ୟା କରାଯାଇଥିବା ଘଟଣାର ମାଷ୍ଟରମାଇଣ୍ଡ ଟୁନା ଓରଫ୍ ଚିତ୍ତରଞ୍ଜନ ପାଣିଗ୍ରା‌ହୀଙ୍କ ସହ ୬ ଜଣଙ୍କୁ ଗିରଫ କରିଛି ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ପୋଲିସ । ଜମି କିଣାବିକା ତଥା ବ୍ୟାବସାୟିକ ଶତ୍ରୁତାକୁ ନେଇ ରମେଶଙ୍କୁ ରାସ୍ତାରୁ ହଟାଇବା ପାଇଁ ୫୦ ଲକ୍ଷ ଟଙ୍କାରେ ଡିଲ୍ ହୋଇ ମାସେ ପୂର୍ବରୁ ହତ୍ୟା କରିବାପାଇଁ ଷଡ଼୍‌ଯନ୍ତ୍ର କରାଯାଇଥିଲା ।ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୭ଟି ମୋବାଇଲ୍‌, ନଗଦ ୪୨ ହଜାର ଟଙ୍କା, ଗୋଟିଏ ତେଲେଙ୍ଗା କଟୁରି, ଗୋଟିଏ ଖଣ୍ଡା,ଗୋଟିଏ ୨୨୦ ପଲ୍‌ସର ବାଇକ୍ (ଓଡି-୦୧-ଏ-୦୧୧୪), ଗୋଟିଏ ହିରୋ ସ୍ପ୍ଲେଣ୍ଡର ବାଇକ୍‌, ଗୋଟିଏ ଅଟୋରିକ୍ସା(ଓଡି-୦୧-କେ-୬୮୫୭), ଗୋଟିଏ ବୋଲେରୋ (ଓଡି-୦୧-କ୍ୟୁ-୮୨୮୩) ଏବଂ ଗୋଟିଏ କ୍ରେଟା (ଓଡି-୦୧-ଟି-୬୦୦୭) ଗାଡ଼ିକୁ ମଧ୍ୟ ଜବତ ହୋଇଥିବା ଶିଳ୍ପାଞ୍ଚଳ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଜଣାଇଛନ୍ତି।

Leave A Reply

Your email address will not be published.