କଟକ ସହରକୁ ଗଡ଼ିବ ମେଟ୍ରୋ

ବାତିଲହେଲା ତ୍ରିଶୂଳିଆ ଦ୍ୱିତୀୟ ସେତୁ ଟେଣ୍ଡର

0 100

କଟକ,୨୮ା୧୨(ଏସଏସନିଉଜ)ଏବେ ତ୍ରିଶୁଳିଆ ନୁହେଁ କଟକସହରକୁ ଗଡିବ ମେଟ୍ରୋ ଟ୍ରେନ୍ । ପ୍ରଥମପର୍ଯ୍ୟାୟରେ  ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆଛକପର୍ଯ୍ୟାୟରେ  ମେଟ୍ରୋପ୍ରକଳ୍ପ ପାଇଁ ‌ଯୋଜନା କରାଯାଇଥିବାବେଳେ ଏବେ ଏହାକୁ ‌କଟକ ନେତାଜୀ ବସ୍ ଟର୍ମିନାଲପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ କାଠଯୋଡି ପୋଲକୁଲାଗି ୨୨୦ କୋଟି ଟଙ୍କା ବ୍ୟୟବରାଦରେ ହେବାକୁଥିବା ଦ୍‌ବିତୀୟସେତୁ ପାଇଁ ଟେଣ୍ଡରକୁ ବାଜତିଲ କରି ଦିଆଯାଇଛି । ଏବେ କାଠ‌ଯୋଡ଼ି ଉପରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବାା ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି। ୬ ଲେନ୍‌ର ଏହି ସେତୁ ଉପରେ କରାଯାଇଥିବା ରେଳଧାରଣାରେ ମେ‌ଟ୍ରୋ ଟ୍ରେନ୍ ଗଡିବ ଓ ଏହାର ତଳକୁ ଯାନବାହନ ଚଳାଚଳର ବ୍ୟବସ୍ଥାା କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.