ଖୋଲିଲା ଶିମିଳିପାଳ

0 56

ବାରିପଦା,୨୭ା୧୨(ଏସଏସନିଉଜ) ମାସେହେଲା ସ୍ଥାନୀୟବାସିନ୍ଦାଙ୍କ ରାସ୍ତାଅବରୋଧ ଯୋଗୁଁ ବନ୍ଦଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଗତକାଲି ମିଳିତ ବୈଠକରେ ନିଷ୍ପତ୍ତି ପରେ ଆଜିଠୁ ଖୋଲିଛି ଶିମିଳିପାଳା ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର୧୪ରେ ଶିମିଳିପାଳ ଖୋଲାଯାଇଥିଲା। ତେବେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ଅବରୋଧ ଫଳରେ ମାସ ହେଲା ଶିମିଳିପାଳ ବନ୍ଦ ରହିଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପିଠାବଟା ଫାଟକ ଦେଇ ୨୫ଟି ଓ କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ି ଅତିବେଶିରେ ଦିନକୁ ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.