ଜଳିଗଲା ବସ୍‌-ଚାଲିଗଲା୧୩ ଜୀବନ

0 75

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ)ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗୁନାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ଜଳିଯିବାରୁ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍୍ୟୁ ଘଟବାସହ ୧୭ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଚିକିସ୍‌ା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏକ ଡମ୍ଫର ସହ ବସ୍‌ଟି ମୁହାଁମୁହିଁ ଧକ୍କା ହେବାପରେ ବସ୍‌ଟିରେ ନିଆଁ ଲାଗିଯାଇଥିଲା । ବସ୍‌ଟିରେ ପ୍ରାୟ ୩୦ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ସୌଭାଗ୍ୟ ବସତଃ ୪ଜଣ ମୁକୁଳିଯାଇଛନ୍ତି । ଦୁର୍ଘଟଣାର ପକୃତ କାରଣ ଜଣାପଡ଼ିନାହିଁ ବୋଲି ପୋଲିସ କହିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟତା ବାବଦକୁ ୪ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି ।

Leave A Reply

Your email address will not be published.