ଆଉ ନାହାନ୍ତି ସୁପରଷ୍ଟାର ବିଜୟକାନ୍ତ

0 75

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ)ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଷ୍ଟାରବିଜୟକାନ୍ତଙ୍କ ଗତକାଲି ରାତିରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । କରୋନା ପଜିଟିଭ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥିବା ବିଜୟକାନ୍ତ ୧୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୨୦୦୫ରେ DMDKନାଁରେ ଏକ ରାଜନୈତିକ ଦଳ ଗଠନ କରି ୨୦୧୧ରେ ୨୬ଟି ଆସନରେ ତାଙ୍କ ଦଳ ଜିତିଥିଲା ।

Leave A Reply

Your email address will not be published.