ସାଇବର ଠକେଇରୁ ବର୍ତ୍ତିବାକୁ କମିଶନରେଟ ପୋଲିସର ପରାମର୍ଶ

0 220

ବାରଙ୍ଗ,୨୦/୧୦(ଏସ ଏସ ନିୟୁଜ)ଜାତୀୟ ସାଇବର ନିରପତ୍ତା ମାସ ପାଳିତ ଅବସରରେ ସାଇବର ଠକେଇ ରୁ ବରିଷ୍ଠ ନାଗରିକଙ୍କୁ ସତର୍କ ରହିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମଧୁବନ ସ୍ଥିତ ଘରୋଇ ଏକ କଲେଜରେ କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ସଚେତନତା କର୍ମଶାଳାରେ ମଣିଷ ନିଜର ନିତିଦିନିଆ କାର୍ଯ୍ୟକୁ କମ ବା ସରଳୀକରଣ କରିବା ପାଇଁ ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର ଉପରେ ନିର୍ଭର କରିଥାଏ।ଯାହା ଫଳର ମଣିଷ ସମୟକୁ ବହୁ ପରିମାଣରେ ସଞ୍ଚୟ ମଧ୍ଯ କରିପାରେ।କିନ୍ତୁ ଇଣ୍ଟରନେଟ୍ ବ୍ୟବହାର ସମୟରେ ନିରାପଦ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।କାରଣ ଅଜ୍ଞତା ବା ସତର୍କତାର ଅଭାବ ଯୋଗୁଁ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଇଣ୍ଟରନେଟ୍ ବ୍ୟବହାର କରିବା ସମୟରେ ବହୁ ସାଇବର ଅପରାଧ ଘଟିଥାଏ।ଯାହାକୁ ଛୋଟ ପିଲା କିମ୍ବା ବରିଷ୍ଠ ନାଗରିକ ମାନେ ଜାଣିପାରନ୍ତି ନାହିଁ।ଯଦ୍ୱାରା ଏମାନେ ଠକାମୀର ଶିକାର ହୋଇଥାନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ଯୋଗ ଦେଇ ଉପସ୍ଥିତ ଲୋକଙ୍କୁ ସାଇବର ଠକେଇ ଠାରୁ କିପରି ସତର୍କ ରହିପାରିବେ ସେନେଇ ଆଲୋଚନା କରିଥିଲେ।ସାଇବର ଠକେଇ ସମ୍ପର୍କିତ ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜୋନ ୪ ଏସିପି ଚନ୍ଦନ ଘଡ଼େଇ,କଟକ ସାଇବର ଥାନା ଅଧିକାରୀ ରେଣୁବାଳା ତ୍ରିପାଠୀ,ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରାଣା ପ୍ରମୁଖ ଉପସ୍ଥିତ ଥିଲେ।ବାରଙ୍ଗ ଅଞ୍ଚଳର ବହୁ ବରିଷ୍ଠ ନାଗରିକ,ସମାଜସେବୀ,ପୁରୁଷ,ମହିଳା ଏବଂ ଅନେକ ମାନ୍ୟଗଣ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାଇବର ଠକେଇ ଠାରୁ କିପରି ଦୂରେଇ ରହିବେ ତାହା ବିଷୟରେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ।ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟିର ସଭାପତି ପ୍ରତାପ ପାଣି,ସମ୍ପାଦକ ସୁରେଶ ମହାନ୍ତି ଙ୍କ ସମେତ କମିଟିର ବହୁ ସଦସ୍ୟ ଏଥିରେ ସହଯୋଗ କରିଥିଲେ।

Leave A Reply

Your email address will not be published.