ଦେବଦୁତ୍ତ ସାଜିଲେ ବିକି

0 397

ଭୁବନେଶ୍ୱର ,୧୨/୧୨(ଏସ୍ଏସ୍ ନିଉଜ) ନନ୍ଦନକାନନଠାରୁ ଜୟଦେବବିହାର ପର୍ଯ୍ୟନ୍ତ ରାସ୍ତା ସବୁସମୟରେ ଟ୍ରାଫିକସମସ୍ୟା ସୃଷ୍ଟି କରୁଛି । ଜନଗହଳିପୁର୍ଣ ଏହି ରାସ୍ତାରେ ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଛି ।ରାସ୍ତାରେ ବୁଲାଗୋରୁଗାଇମାନେ ଗାଡି ଧକ୍କାରେ ଆହତ ହୋଇ ପଡିରହୁଛନ୍ତି । ଦୁର୍ଘଟଣା ଘଟାଇ ଗାଡିଚାଳକ ଫେରାର ହୋଇଯାଉଥିବାବେଲେ ମାନବିକତା ଦେଖାଇବା ସହ ଚିକିସ।ରେ ଲାଗିପଡୁଛନ୍ତି କଳିଙ୍ଗ ଯୁବସେନା । ଏହାର ନେତୃତ୍ୱ ନେଉଛନ୍ତି ଚନ୍ଦ୍ରଶେଖର ଦାସ ଓରଫ ବିକି । ସମସ୍ତ ପଶୁସମ୍ପଦକୁ ଭଲପାଉଥିବା, ହିନ୍ଦିତ୍ୱ ପ୍ରଚାରପ୍ରସାର,ସତ୍ୟ,ନ୍ୟାୟ,ସଂସ୍କାରର ବିଜୟର ବାର୍ତା ଦେଉଥିବା ଜଗନ୍ନାଥସଂସ୍କୃତି ବା ରିତିନିତୀରେ ଅବହେଳା ହେଲେ ରାଜରାସ୍ତାକୁ ଚାଲି ଆସୁଥିବା କଳିଙ୍ଗ ଯୁବସେନା ଗୋମାତା ସୁରକ୍ଷା ଓ ଗୋମାତା ସେବା ପାଇଁ ଅଂଟାଭିଡିଛି ।

ଏହାର ସଦସ୍ୟମାନେ କେବଳ ଏହି କାମରେ ସିିମିତ ନାହାନ୍ତି । ରାସ୍ତାରେ ଯାଉଥିବା ପଥଚାରୀମାନଙ୍କ ଦୁର୍ଘଟଣା ସମୟରେ ମଧ୍ୟ ସହଯୋଗର ହାତ ବଢାଇବାକୁ ପଛାଇନାହାନ୍ତି ।ଆଲାମଗିରିନାମକ ଜଣେ ମୁସଲମାନ ଭାଇଙ୍କର ହୋଇଥିବା ଦୁର୍ଘଟଣାରେ ଏହାର ସଦସ୍ୟମାନେ ତାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରି ଡାକ୍ତରଖାନାରେ ପହଁଚାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି । ପଟିଆ ଇନଫୋସିଟି ରାସ୍ତାରେ ମୋଟରସାଇକେଲ ଦୃତବେଗରେ ନେଇ ଯାଉଥିବା ଆଲାମଗିରିଙ୍କର ଗାଡି ଭାରସମ୍ୟ ହରାଇ ଦୁର୍ଘଟଣା ଘଟିଥିଲା ।ଆଲାମ ଗାଡିରୁ ପଡି ଛଟପଟ ହେଉଥିବାବେଲେ ଏହି ଘଟଣା କଳିଙ୍ଗ ଯୁବସେନା ସଦସ୍ୟଙ୍କ ନଜରକୁ ଆସିଥିଲା । ଆଉ ଦେବଦୁତ୍ତ ସାଜି  କାଳବିଳମ୍ବ ନକରି କଳିଙ୍ଗ ଯୁବସେନାର ନେତୃତ୍ୱ ନେଉଥିବା ଚନ୍ଦ୍ରଶେଖର ଦାସ ତାଙ୍କର  ଭୋଳାସାହୁ,ଅନିଲସାହୁ,କାହ୍ନା ସହ ଅନ୍ୟାନ୍ୟ ସଦସ୍ୟମାନଙ୍କ ସହ ଘଟଣାସ୍ଥଳରେ ପହଁଚି  ଆଲାମଙ୍କର ପ୍ରାଥମିକ ଚିକିତ୍ସା କରିବା ସହ କ୍ଷତସ୍ଥାନକୁ ସଫାକରି ଡେଟଲ ମାରିଥିଲେ ।ତାଙ୍କ ପରିବାରକୁ ଖବରଦେଇ ମେଡିକାଲରେ ପହଁଚାଇବାରେ ପ୍ରମୁଖ ଭୁମିକାନିର୍ବାହ କରିଥିଲେ ,ଯାହାକି ଚନ୍ଦ୍ରଶେଖରପୁର ଅଂଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.