ହାତୀ ପିନ୍ଧିବ ରେଡିଓ କଲାର

0 284

ଭୁବନେଶ୍ବର :୧୩/୧୨- ଏବେ ହାତୀ ପିନ୍ଧିବେ ରେଡିଓ କଲାର !  ସେ ପୁଣି ଦୁର୍ଦ୍ଦାନ୍ତ ତିନୋଟି ଜଙ୍ଗଲୀ ହୀତୀ । ଏଥିପାଇଁ ଭୁବନେଶ୍ବର IIT ସହ ଆଲୋଚନା କରୁଛି ବନ ବିଭାଗ ।  ତେବେ  ଏହି ରେଡିଓ କଲାର ଦ୍ବାରା ହାତୀର ଶଦ୍ଦକୁ ଦୂରରୁ ଜାଣିପାରିବେ ବନ କର୍ମଚାରୀ । ହାତୀ ୫ କିଲୋମିଟର ଦୂରରେ ଥିଲେ ବି ସେମାନଙ୍କ ଭାଷା ଓ ଗତିବିଧିକୁ ଏହି ଯନ୍ତ୍ର ଦ୍ୱାରା ଜାଣିହେବ । ତେବେ ଜଙ୍ଗଲୀ ହାତୀଙ୍କ ଶବ୍ଦ ବୁଝି ସେହି ତଥ୍ୟ ଅନୁସାରେ ସାଧାରଣ ଲୋକଙ୍କୁ ସତର୍କ କରାଯିବ ।ଫଳରେ ହାତୀ-ମଣିଷ ଭିତରେ ହେଉଥିବା ଲଢେଇରେ ରୋକ ଲାଗିପାରିବ ।

ସୁଚନା ଯୋଗ୍ୟ ଯେ ,ପ୍ରଥମେ  ଅନଗୁଳ ଓ ଦେବଗଡ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ୩ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖି ନିଆଯିବ ପ୍ରତିଶେଧକ ପଦକ୍ଷେପ । ତାସହିତ ରାଜ୍ୟରେ ହାତୀଙ୍କ ଚଳପ୍ରଚଳକୁ ଅନୁଧ୍ୟାନ କରିବା ପରେ କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ  ହାତୀ ଅଭୟାରଣ୍ୟ ହେବ ବୋଲି  ଜଣାପଡିଛି ।

Leave A Reply

Your email address will not be published.