ଦାଢ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣା କୋଭିଡ ପରୀକ୍ଷା

0 202

ବାରଙ୍ଗ,୨୮/୭(ଏସଏସନିୟୁଜ)ଭୁବନେଶ୍ୱର ପଞ୍ଚାୟତ ସମିତି ପକ୍ଷରୁ ବୁଧବାର ଦାଢ଼ା ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣା କୋଭିଡ ପରୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏଥିରେ ୮୦ ଜଣଙ୍କର ଆଣ୍ଟିିଜେନ ଟେଷ୍ଟ ଏବଂ ୨୦ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା।ଆଣ୍ଟିିଜେନ ଟେଷ୍ଟର ସମସ୍ତ ରିପୋର୍ଟ ନେଗେଟିଭ ରହିଥିବାବେଳେ ଆରଟିପିସିଆର ଟେଷ୍ଟର ରିପୋର୍ଟ ଶୁକ୍ରବାର ଦିନ ଜଣାପଡ଼ିବ।ଏହି କାର୍ଯ୍ୟକ୍ରମରେ ଦାଢ଼ା ପଞ୍ଚାୟତର ସରପଞ୍ଚ ଶ୍ୟାମସୁନ୍ଦର ଟୁଡୁ,ନୋଡାଲ ଅଧିକାରୀ ଜଗନ୍ନାଥ ମହାରଣା,ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.