ଡାକରା ଆସିଲେ ଯିବେ

0 260

ଭୁବନେଶ୍ୱର,୧୫/୧୨(ଏସ୍ଏସ୍ନିଉଜ୍) ଏଣିକି ମନ୍ଦିର କୁ ସଫାକରିବାକୁ ଯିବ କଳିଙ୍ଗ ଯୁବସେନା । ଯେଉଁଠି ଡାକରା ଓ ସହଯୋଗ ମିଳିବ ସେଠାକୁ ଯାଇ ମନ୍ଦିର ଓ ତାର ଚତୁପାଶ୍ୱର୍କୁ ପରିସ୍କାର କରିବେ । ଲୋକମାନଙ୍କୁ ପରିସ୍କାର ପରିଛନ୍ନତାର ସହ ସ୍ୱଛତାର ବାର୍ତା ପ୍ରଦାନ କରିବେ । ରବିବାର ଦିନ ପଟିଆଛକଉପରେ ଥିବା ହନୁମାନ ମନ୍ଦିରରେ ଏହିଭଳି ଏକ ଚକିତ ହେବାଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋସେବା ଓ ମାନବସେବାକୁ ଗୁରୁତ୍ୱ ଦେଉଥିବା ଏହି ସଙ୍ଗଠନ ଏବେ ଆଗକୁ ଆଗ ବଢିଚାଲିଛି । ପୁର୍ବ ନିଷ୍ପତି ଅନୁଯାୟୀ ହିନ୍ଦୁଜାଗରଣ ମଂଚ ଓ କଳିଙ୍ଗ ଯୁବସେନାର ସଦସ୍ୟମାନେ ପଟିଆଛକସ୍ଥିତ ସ୍ୱର୍ଗତ ବାବାଜିଜେନାଙ୍କ ପ୍ରତିମୁର୍ତୀ ନିକଟରେ ଏକାଠି ହୋଇଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ହନୁମାନ ମନ୍ଦିର ଓ ଏହାର ଚତୁଃପାଶ୍ୱର୍ର ପରିସ୍କାର କାର୍ଯ୍ୟ । ହଠାତ କେହି କଛି ବୁଝିପାରିନଥିଲେ । କିନ୍ତୁ ପରବର୍ତୀ ସମୟରେ ଏହି ସଦସ୍ୟମାନଙ୍କର କାର୍ଯ୍ୟ ଅଧ୍ୟାତ୍ମିକବାଦୀ ଲୋକମାନଙ୍କ ମନକୁ ବେଶ୍ ପାଇଥିଲା । ପିଲାମାନଙ୍କର ଏହିଭଳି କାମକୁ ଦେଖି କଛି ବୟସ୍କ ଲୋକମାନେ ସେମାନଙ୍କୁ ସାବାସ ଦେବାକୁ ମଧ୍ୟ ପଛ।ଇନଥିଲେ । କଳିଙ୍ଗଯୁବସେନାର ରାଣାସାମଲ ଓ ହିନ୍ଦୁଜାଗରଣମଂଚର ସୁମନ୍ତ,ବାବୁନିଙ୍କ ତତ୍ୱାବଧାନ ରେ ଏହି ଭଳି ମହତ କାମ କରିବାର ପ୍ରୟାସ ହୋଇଥିଲା । କେବଳ ଏତିକିରେ ସନ୍ତୁଷ୍ଟ ନାହନ୍ତି ଏହି ସଦସ୍ୟମାନେ । ଆଗକୁ ଯେଉଁଦେବାଦେବୀ ମନ୍ଦିରୁ ଡାକରା ଆସିବ ସେଠାକୁ ଯିବାକୁ ପଛଘୁଂଚା ଦେବେନାହିଁ ବୋଲ କହଛନ୍ତି ରାଣା. ସୁମନ୍ତ ଓ ବାବୁନି ।

Leave A Reply

Your email address will not be published.